STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଚଉପଦୀ (159)

ଚଉପଦୀ (159)

1 min
398

ଚଉପଦୀ

(159)

ରାଗ – ପୂରବୀ - ଆଦିତାଳ

ରେ ମଞ୍ଜୁଳା, ଧରୁଚି କର ସାରସ,

ନଧରିବୁ ଥିବାଯାକ ମୋରଜବା ଅଧରା ତୁ ଷାବେଶ (ଘୋଷା)

କରୁଥାଏ ଅତି ପ୍ରୀତିରେ ମୁଁନିତି ନିତି ହର ଦରଶନ,

ନିରତେ ତୋ ମୁଖ ପୀୟୁଷ ମୟୂଖ ହୋଇବାକୁ ପରସନ (1)

ତୋ ବଦନ ଦରହାସ ଏକା ମୋର କୋଟିକୋଟି ଟଙ୍କା ସୁନା,

ଓଦରେ ନଜରେ ନ ଆଣଇଁ ଇନ୍ଦ୍ରପଦକୁ ଏ ଘେନି ସିନା (2)

ମୋର ସୁଖଶିରୀ ରହୁଥାଏ ପୂରି ତୋ ମନଉଲ୍ଲାସେ ମିଶି,

ହେଲେହେଁ ବିମୁଖ ବିଷମ ବିଶିଖ ନପାରେ ଏଣୁ ଭରସି (3)

ସଜବାଜେ ଚିତ୍ତ ଦେଲେ ତୁ ମତ୍ତ ହେଉଥାଏଁ ମଦେ ଫୁଲି,

ସେ କାଳମାଧୁରୀ ଅବଲୋକ କରି କୃତାର୍ଥ ହୋଇବି ବୋଲି (4)

ତୋ କୋଳୁ ଅନ୍ତର ହୋଇଥିଲେ, ଦୂର ହୋଇଥାଏ ଭାଗ୍ୟ ମୋର,

ଅଷ୍ଟଦୁର୍ଗ ସ୍ୱର୍ଗ ମହେନ୍ଦ୍ର କହଇ ଏଣୁ ମୁଁ ଆୟତ ତୋର (5)

କବିସୂର୍ଯ୍ୟ ବଳଦେବ ରଥ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics