STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଚଉପଦୀ (133)

ଚଉପଦୀ (133)

1 min
163

ଚଉପଦୀ

(133)

ରାଗ ଆନନ୍ଦ ଭୈରବୀ ଆଡତାଳି

ମାନସରୁ ବରଜ ଗୁମାନ ରେ ବନ୍ଧୁଆ

ଦାସର ଅଭିଳାସ ଭର ବିକାଶ ସରଜ ରେ (ଘୋଷା

ତୋ ରସ ପରିଚୟ ସୁଭାଗ୍ୟ-        ଭୋଗକୁ ହୋଇବାକୁ ଯୋଗ୍ୟ

ସେବିଛି ହରିଶଙ୍କ ମୁଖୀ ମୁଁ ଶଙ୍କରଙ୍କ ପଦ-ପଙ୍କଜ (1)

କା’ର ଗିରକୁ ସାର କରିଛୁରେ ବନ୍ଧୁଆ,

ମାର ମଦ ବିକାରର ଉପକାର କରୁଛୁ ରେ

ବାସବ ମଣି ସଦୃଶ, କେଶ-ପାଶିନୀ ପରିହରି ସୁବେଶ

ଦାସଜନେ ନିରାଶ କରୁଛୁ,ଏ କି ରେ କିଶୋରୀ ରତନ (2)

ଆରତି ବର ବାରଣ ଗତି ରେ ବନ୍ଧୁଆ,

ତାରଣ ଗୁଣ ବାରଣ କର ରସବତୀ ରେ

ଆନ ଅଛିଟି ରଦନ ଚେଳ, ପାନ ବିତରି ଭରସି ଖେଳ

ଆଚରି ପରିହର ବିଭବ ମୁଞ୍ଚ ଚଞ୍ଚଳାଞ୍ଚଳ ଦୃଶୀ (3)

ହାସଜନିତ ଭାଷ ସମୁଦାୟ ବନ୍ଧୁଆ,

କେବଳ ଜଗଦ୍ଦେବ ବିନୟ ସେହି ହୃଦୟରେ

ମନ୍ଦ ବିକଚ ରୁଚିର କୁନ୍ଦବୃନ୍ଦ ବରଷିଲା ପସନ୍ଦ

ଚନ୍ଦନଶଶୀବାସିତ ତନୁ ସାର ଦାର ଆର ମୂରତି (4)

କବିସୂର୍ଯ୍ୟ ବଳଦେବ ରଥ



Rate this content
Log in

Similar oriya poem from Classics