STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଚଉପଦୀ (128)

ଚଉପଦୀ (128)

1 min
288

ଚଉପଦୀ

(128)

ରାଗ ବେଲାବଳି

ମଶାର କେଶା, ସୁବେଶା, ମସାର କେଶା ରେ

କୁନ୍ଦ ଦଶନୀ ସିନା ଭୂସାର ଭୂଷାରେ

ତୋ ମ୍ନେହ ମୋ ଦୁଃଖ ରାଶି ତୁଷାର ପୂଷା ରେ (0)

ପଞ୍ଚ ବିଶିଖ ସୁଖ ପୂରିତ ଗାତ୍ରା, ଚଞ୍ଚଳ ସଫରୀ ସହୋଦର ନେତ୍ରା,

ବଞ୍ଚନ ପଟୁତର ବଚନ ବିଚିତ୍ରା (1)

ହାଲକୁ ଏ ଭୁବନେ ନ ଥିବ ତ ଗାରେ ଲାଲ ଅଧର ଲୁଚିନାହିଁ ଜବାରେ

ଢାଲ ପରି ମଦନ ଶରକୁ ନିବାରେ (2)

ଯା ସରସିଜ ମୁଖୀ ପାଶକୁ ଆସେ, ଭାଷଇ ମୃଦୁ ମୃଦୁ ସୁନ୍ଦର ହାସେ

ନାଶଇ ଶଶି ମଦ ବଦନ ବିଳାସେ (3)

ସାରସ ସଦୃଶ ମୁଖେ ଯଦି ଚୁମ୍ବେ ବାରଣ ଗତି ପୂରି ଫୁଲ୍ଲ କଦମ୍ବେ,

ହାର ପରି ମୋ ର ହା ହୃଦୟରେ ଲମ୍ବେ (4)

ଯନ୍ତ୍ରରେ ରଟି କହେ କିଙ୍କିଣୀବାଳା ସନ୍ତତ ରସ ହେ

ଜଳନ୍ତର ରାଜା ମନ୍ତର ପରି ଚିନ୍ତି କରିବଟି ତାଜା (5)

କବିସୂର୍ଯ୍ୟ ବଳଦେବ ରଥ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics