ଚଉପଦୀ (122)
ଚଉପଦୀ (122)
ଚଉପଦୀ
(122)
ରାଗ ବଙ୍ଗଳାଶ୍ରୀ
ମଧୁର ସମୟ ହେଲା ବନେ ବନେ ବରଷିଲା ମଧୁରସ
ପରବ ସମ୍ପୂର୍ଣ୍ମ ସୋମବଦନାଏ ହେଲେ ସୋମ ପରବଶ (1)
ଧାତୁକିନୀ ଫୁଲଦେଖି ନ ଗଲା କାହାର ସୁଖି ଧାତୁକି କି
ନିଆଳୀକି ଚାହିଁ ଭଲେ କାମିନାଏ ଦୂତୀ କଲେଣି ଆଜିକି (2)
ମଦନରଣକୁ କ୍ଷାପ୍ର ସଜ ହୋଇ ହୋଇଲେ ପ୍ରମଦନର
କର କରଦନା ରତବେଳେ ବୋଲେ ହେ ଜୀବିତକର କର (3)
ରସମୟ ସବୁସ୍ୱାନ୍ତ କରିଦେଲା ତ ବସନ୍ତ ରସମୟ
କିଶଳୟଓଷ୍ଠି ଭାଷେ ରତିବନ୍ଧୁ ଥିଲେ ପାଶେ କିଶଳୟ (4)
ପରଦାରେ କ୍ଷଣେକ୍ଷଣେ ରସି ଛପନ୍ତି ତରୁଣେ ପରଦାରେ
ଶରଧାରେ ନେତ୍ର ପ୍ରେମକଲେ ମର୍ମ କାଟେ କାମଶର ଧାରେ (5)
ବକୁଳକୁଞ୍ଜରେ ରସବତୀ କେ ଅନାଇ ପ୍ରସବକୁଳକୁ
ମୁକୁଳକୁ ଚାହିଁଚିତ୍ତେ ଚୂତେ ପାଳିକି କେମନ୍ତେ ମୁକୁଳକୁ (6)
ମରମବ୍ୟାଜେ କହେ ଆରେ ବିରହୀ ନିବହେ ମରମର
ଭର ମରନ୍ଦ ପରବ ବହିଛି ପ୍ରବାସୀ ଯୁବ ଭରମର (7)
ମରୁତର ବୋଲାଇ କେ ପଲ୍ଲବ କମ୍ପନା ଲୋକେ ମରୁତରୁ
କରୁ ତରୁଣୀର ଭୂଷା ଗଳିପଡେ ତରୁଣୀ ପିକ ରୁତରୁ (8)
ଜରଜର ହୋଇ ରସେ କେ ବୋଲେ ଆଣିଲା ଚିତ୍ତ ଜରଜର
ସରସର କଳେବର ହେଲା ରତି ଖେଦ ସ୍ୱଦେ ସରସର (9)
ତାତପରି ଜଗଦେବଦେବ ଭବ ପରିଭବ ଜାତ ନୋହୁଁ
ସାନୁଗ୍ରହ ହୁଅନିତି ଏ ଭୂପତି ଜଗଦ୍ଦେବ ସୁଖି ହେଉ (10)
କବିସୂର୍ଯ୍ୟ ବଳଦେବ ରଥ
