STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଚଉପଦୀ (117)

ଚଉପଦୀ (117)

1 min
222

ଚଉପଦୀ

 (117)

ରାଗ -କାମୋଦୀ - ଆଡତାଳି

ବୀଣାବାଣୀ ଏ କି ରେ, ଜଣାଇଲା କେ କିରେ

ଘଧେନି ବସିଛୁ ମୁଖ ଚନ୍ଦ୍ରକୁ ନ ଟେକିରେ (ଘୋଷା)

ଖଳ ଶୁଖିଲଟି ଦେଖି ବଳଅଛି ଆଉ କି

ଦଳ କଦଳୀର ସହେ କଳମ୍ବର ଦାଉକି (1)

ଲେଶେ ହେଲେ ଦୋଷ ଏକଦେଶେ ନାହିଁ ମୋହର

କେ ସେ କି କହିଲା ଚିତ୍ତରେ ବେଶେ ହେଲା ଓହର (2)

ପାନ କରିନାହିଁ ନେତ୍ରେ ଆନ ମୁଖ ଶୀରିକି

ସାନଲୋକ ଜାଣି ଶୁଣି ମାନକୁ ଆଚରିକି (3)

ସ୍ୱ ଚାକରକୁ ମଦନୁ ବଞ୍ଚାଇବୁ ନାହିଁ କି

ନଚାଇ ଭୂରୁକୁ ଆଜି ନ ଚାହିଁଲୁ କାହିଁକି (4)

ବାସପରି ବିଭାବରୀ ବାସରେ ତ ରହିଛି

ରସରସିକାର ତ ମୁଁ ଦାସ ବୋଲି କହିଛି (5)

ଦଣ୍ଡ ପଛେ ମତେ କରି ଖଣ୍ଡ ଖଣ୍ଡ କରଜେ

ମଣ୍ଡନା ଭୂମଣ୍ଡନା, ତୁ ଗଣ୍ଡ କର – ନୀରଜେ (6)

ଅଗନି ଭସ୍ତନା ଶୁଣି ମନୁ ମାନ ନାଶିଲେ

ଜଗଦ୍ଦେବ ଶ୍ରୀ ହରିଚନ୍ଦନ ନୃପ ଭାଷିଲେ (7)

କବିସୂର୍ଯ୍ୟ ବଳଦେବ ରଥ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics