STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

3  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଚଉପଦୀ (111)

ଚଉପଦୀ (111)

1 min
118

ଚଉପଦୀ

(111)

ରାଗ- ଇମନ  କଲ୍ୟାଣ- ଏକତାଳି

ବାଣୀ ବୀଣାପାଣୀ ଠଣୀ ଜାଣିଲା ରେ (ଘୋଷା)

ଆଳିଙ୍କର ପ୍ରୀତି ପାଳିବାର ରୀତି

             ଟାଳିବାର ଧୃତି ନେତ୍ର କୋଣ ଠାରେ (1)

ଗଜଗତି ରୁଚି ସଜରେ କରୁଚି

ନଜର ନକରେ ଅବିବେକ ଛାରେ (2)

ପଲ୍ଲବକୁ ହରି ଝଲକଇ ଶୀରି

ପୁଲକେ ନଗରୀ ଅଙ୍ଗ ମୋର ନାଁରେ(3)

ଏହି ଯଉବନ ବହି କିଛି ଧନ

ସହିଲେ ତା ସ୍ତନ ହେବ ଭାରି ଭାରେ (4)

ଅଳସ ନକରି ଚଳ ସହଚରୀ,

କଳସ ପୀନସ୍ତନାକୁ ଘେନି ଆ ରେ (5)

ଅଷ୍ଟଦୁର୍ଗେଶ୍ୱର କଷ୍ଟ ହେଲା ଦୂର

ଇଷ୍ଟଦେବ ତାର ଅନୁକ୍ରୋଶ ସାରେ (6)

କବିସୂର୍ଯ୍ୟ ବଳଦେବ ରଥ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics