STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଚଉପଦୀ (110)

ଚଉପଦୀ (110)

1 min
435

ଚଉପଦୀ

(110)

ରାଗ - କାମୋଦୀ, ତାଳ- ଆଦି

ବନ୍ଧୁ କଲି କି ଦୁର୍ବିଚାରକୁ ରେ, ବର୍ଜିଲି ଖଣ୍ଡ ଅର୍ଜି ଖାରକୁ ରେ .

ଅକ୍ଷରେ ନ ଜାଣିବା ମୁରୁଖ ପରି ନିଜ ବକ୍ଷରେ କଲି ଶରକୁ ରେ (ପଦ)

ସମ୍ପାଦି ଗୁଞ୍ଜ ଆଣି, ମଉଁ ଫିଙ୍ଗିଦେଲି ପାଣି ବନ୍ତ ବର୍ତ୍ତୁଳ ମୋତି ହାରକୁ ରେ ;

ଚଢାଇ ଦେଲି ଚାରୁତର ଚନ୍ଦନତରୁମୂଳେ କର୍କଟୀଲଟୀ ଛାରକୁ ରେ (1)

ଶ୍ୱପଦ ଗ୍ରାମ ମଝି, କୂପରେ ବୁଝି ବୁଝି, କଲି ସ୍ନାନାଦି ବ୍ୟବହାରକୁ ରେ

ନ କଲି ମନୋରଥ ପଥରେ ଭଗୀରଥ ନୃପନନ୍ଦନାନୀର ଧାରକୁ ରେ (2)

ଟେକି ଠୁକୁଳି ଲୋଷ୍ଟ୍ର,ସର୍ବ ସୁପର୍ବ ଶ୍ରେଷ୍ଠ, ଚନ୍ଦ୍ରଚୂଳ ଦେଉଳ ଦ୍ୱାରକୁ ରେ

ଯବନ- ଜାତି- ଶବଭବନ ହେବା ଗ୍ରାବ କୂଟକୁ କଲି ନମସ୍କାରକୁ ରେ (3)

ଅତି ଭାଗ୍ୟୁ ଅର୍ଜିତ, ଉର୍ବଶୀ ଉରୀକୃତ, ଅଶ୍ଳେଷୁ ଛାଡି ଅଙ୍ଗୀକାରକୁ ରେ

ବାନରୀ ନେତ୍ରପ୍ରାନ୍ତ ବତାଇବା ସଙ୍କେତ ସ୍ଥଳକୁ କଲି ଅଭିସାରକୁ ରେ (4)

ଶିଳାଶୟନୁ ଡର, ନଥିୀବା ଗଉଡର, ନିମନ୍ତେ ରଖି ତୂଳି ସାରକୁ ରେ

ଶିରୀଷସୁକୁମାର, ମହାରାଜକୁମର କନ୍ଧରେ ବୁହାଇଲି ଭାରକୁ ରେ (5)

ଚିର ଅଭ୍ୟସ୍ତ ଶସ୍ତ୍ର, ସଂସ୍କୃତ କରି ଅସ୍ତ୍ର, ବସି ଘୋଷିଲି ଶଶୀଠାରକୁ ରେ

ନ ଭଳି ଚକ୍ରାୟୁଧ,ତରିବି ବୋଲି ସଧ କଲି ସଂସାର ଅକୂପାରକୁ ରେ (6)

କବିମିହିର ବୋଲେ ଏପରି ହେଲେ ହେଲେ, କ୍ଷମା ଉଚିତ ପରି ଚାରକୁ ରେ

ଦୋଷ ମୁଁ କରି ଅଛି,ଲଙ୍ଘିଲି ଯେବେ କିଛି,ତୋତେ ପଣ୍ଡିତା ଅଗ୍ରଗାରକୁ ରେ (7)

କବିସୂର୍ଯ୍ୟ ବଳ ଦେବ ରଥ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics