STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଚଉପଦୀ (106)

ଚଉପଦୀ (106)

1 min
299

ଚଉପଦୀ

(106)

ରାଗ –ସାରଙ୍ଗ- ଏକତାଳ

ବନ୍ଧୁଆ ତୁ ମୋ ମଣିହାର ରେ (ଘୋଷା)

ନ ରସ ନିରାଶେ ବସୁମତୀ ବାସେ କର ମୋ ଉରେ ବିହାର ରେ (1)

ଗିରୀଶ ଅରାତି ଗିରିଷମ ତାତି ତୁ ନିଶାମୟ ନିହାର ରେ (2)

ମନମଥ ଦାବେ ମୋର ଶିବ ଭାବେ ତୋ ପୟଧରକୁ ଜୁହାରେ (3)

ରହିତ ଗୁମାନେ ରଖ ତୁ ସମ୍ମାନେ ବିଡିଆ ତବକ ବୁହାରେ (4)

ଚୋର ସେ ମୃଗାକ୍ଷି ମୋ ରୁଚକି ସାକ୍ଷୀ ହରୁ ମୋ ହୃଦ ଗୁହାର ରେ (5)

ଜଗଦ୍ଦେବ ଭାଷେ ରସ ସୁବିଳାସେ ରସନା ମୋ ପରିହାର ରେ (6)

କବିସୂର୍ଯ୍ୟ ବଳଦେବ ରଥ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics