Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Sudipta Kumar Panda

Romance

2  

Sudipta Kumar Panda

Romance

ଚୁମ୍ବନର ବର୍ଷା

ଚୁମ୍ବନର ବର୍ଷା

1 min
226


କଲେଜ ଯିବା ରାସ୍ତାରେ

ଲଘୁଚାପ ବର୍ଷାରେ ଅଧା ଭିଜା ଦେହରେ

ନିରୋଳା ମୁହୂର୍ତ୍ତରେ

କେହି ଜଣେ ଦୂରରୁ

ଅସଜଡ଼ା ଭିଜା ଶରୀରକୁ ମୋର ଚାହିଁ ରହିଥାଏ

ଏକ ଲୟରେ

ହେଲେ ଜାଣେନା ସେ କିଏ ?


ଅଦିନିଆ ବର୍ଷାରେ

ନିରୋଳା ବେଳାରେ

ବର୍ଷାର ମାଦକତାରେ ରସାଳ ଶରୀରଟି ମୋର

ଶିହରି ଶିହରି ନୀରବତାକୁ ଦୋଷ ଦିଏ

ସାଥୀଟିଏ ଯୋଗାଡ଼ କରି ନ ପାରି

ନିରାଶା ଭାବାବେଗରେ 

ଝର୍କା ଫାଙ୍କରୁ କ୍ରୋଧୀ ସର୍ପର ନେତ୍ର ଭଳି 

ଚାହିଁ ରହିଥାଏ ଏକ ଲୟରେ

ହେଲେ ଜାଣେନା ସେ କିଏ ?



ବର୍ଷା ରାତିରେ ବିଜୁଳି ଓ ଘଡ଼ଘଡି ଶବ୍ଦରେ

ଘରେ କେହି ନ ଥିବା ଅବସ୍ଥାରେ

ବାହାରେ କେହି ଚାଲିଲା ପରି ଶୁଣାଯାଉଥିବା

ଶବ୍ଦ କାହାର !!

କବାଟ ଖୋଲି ଦେଖେ ତ

କେହି ଜଣେ ମୋତେ ପ୍ରେମଭରା ସ୍ପର୍ଶରେ

କୋଳକୁ ଟାଣିନେଇ 

ଚୁମ୍ବନର ବର୍ଷା ଦିଏ 

ହେଲେ ଜାଣେନା ସେ କିଏ ?





Rate this content
Log in

More oriya poem from Sudipta Kumar Panda

Similar oriya poem from Romance