ଚଟାଣ ଓ ଚାଦର
ଚଟାଣ ଓ ଚାଦର
ପ୍ରଶସ୍ତ ଚଟାଣ ,ବିସ୍ତୀର୍ଣ୍ଣ ବକ୍ଷରେ ବିଛାଡି
ଦେଲା ଚାଦର
କିଏ ଜାଗ୍ରତ କିଏ ସେ ସୁପ୍ତ
ନିଘା ନଥାଏ ତାହାର l
କିଏ ଗୁନ୍ଥି ଥାଏ ସ୍ମୃତିର ଗଜରା
ସେଇ ଚାଦର ଉପରେ
ଉଠିଲା ଚାଦର ସିନ୍ଦୂରା ଫାଟିଲା
ତଥାପି ଗୁନ୍ଥା ନ ସରେ l
ନାକ ଯାଏଁ ଟେକି ଦେଶୀ ନାଲି ପାଣି
ଦାଦନିଆ ଫେରୁଥାଏ
ନିଘୋଡ଼ ନିଦରେ କାଠ ଗଡା ପରି
ଚାଦରରେ ପଡ଼ିଯାଏ l
ସୁରା ବାସ୍ନା ସହ ଅତର ମହକ
ରାତି ମଖମଲ ଶେଯ
ଚେତା ଶୂନ୍ୟ ହୋଇ ଶୋଇ ଯାଏ ଭୋଗି
ଦେଖେନି ପ୍ରାଚୀ ସୁରୁଜ l
ନୀଡ଼ ଛାଡ଼ି ପକ୍ଷୀ କାହିଁ କେତେ ଦୂର
ଆକାଶରେ ଉଡିଲେଣି
କେତେ ବେଳରୁ ସେ ଚାଦର ଗଲାଣି
କେବେ ସେ ଭୋଗି ଦେଖିନି ।
ଚାଦର ଉଠିବ ଝରକା ଫାଙ୍କକୁ
ରୋଗୀ ରହି ଥାଏ ଚାହିଁ
କଡ ଲେଉଟାଇ ବେଳ ସରୁ ନାହିଁ
ଉପଶମ ହୋଇ ନାହିଁଁ ।
ତପୀ ବସିଛି ସେ ବିସ୍ତୀର୍ଣ୍ଣ ଚାଦରେ
ସିଏ ପରା ବ୍ରହ୍ମଜ୍ଞାନୀ
ସିନ୍ଦୂରା ଫାଟିବା ଆଗରୁ ଚାଦର
ତପୀଠୁ ନିଏ ମେଲାଣି l
ତାରା ଚନ୍ଦ୍ରିକାର ଦିଗନ୍ତ ବିସ୍ତାରି
ଆଲୋକର ସମାରୋହ
ପ୍ରତିଫଳିତ ସେ ହେଉଛି ବକ୍ଷରେ
ଲଗାଇଛି କେତେ ମୋହ ।
ସୃଷ୍ଟି ପ୍ରାରମ୍ଭରୁ ବିଞ୍ଚେ ସେ ଚାଦର
ପ୍ରଶସ୍ତ ଚଟାଣଟିରେ
କେ କହି ପାରିବ କେଉଁ ଚଟାଣରେ
