STORYMIRROR

Kalandi pal

Abstract

4  

Kalandi pal

Abstract

ଚଷମା

ଚଷମା

1 min
401


ଆଖି ଦୁଇଟି     ଗୋଡ଼ ଦୁଇଟି

     ନାହିଁ ତ ମୋର ପାଟି

ଗୋଟିଏ ନାକ   ନାହିଁ ତ ପେଟ

     ନାହିଁ ମୋହର ପିଠି ।।


ଜୀବରେ ନୁହେଁ   ପଶୁରେ ନୁହେଁ

    ନୁହେଁ ଦେବରେ ଗଣା

ରାକ୍ଷସ ନୁହେଁ    ଯକ୍ଷରେ ନୁହେଁ

    ମୋ ବିନା ସର୍ବେ ବଣା ।।


ଆଖିଟି ମୋର    ଅଟେ କାଚର

     ରଙ୍ଗରେ କଳା ଧଳା

ଗୋଡଟି ମୋର   ଲୁହାର ତାର

     ଅବା ପ୍ଲାଷ୍ଟିକ ଘେରା ।।


ସଅକେ ମୋତେ  ଯୁବକ ପିନ୍ଧେ

    ଦେଖାଏ ନାନା ଛଇ

ମୁକୁଳା କେଶେ   ଝିଅଟି ରସେ

    ମୋତେ ଆଖିରେ ନାଇ ।।


କାଚର ଘେରା     ଘରଟି ପରା

     ମୁଁ ଥାଏ ସଜା ହୋଇ

ଡାକ୍ତର ବିନା   ମୋତେ କିଣେନା

    ଯେ ମୋତେ ଚାହୁଁ ଥାଇ ।।


ଲେନସ ଗୁଣେ   ଗରାଖ ଗଣେ

     ମୋହର ମୂଲ ଏଠି

ଦୁଇ ଆଖିରେ    ମୁହିଁ ମିଶିଲେ

    ପାରେ ଦୁନିଆଁ ଦେଖି ।।


ଆଖିର ଦୋଷ  ମେଣ୍ଟେ ଅବଶ୍ୟ

   ପିନ୍ଧିବ ଯେବେ ମୋତେ

ଚାଳିଶା ହେଲେ ମୋହର ତୁଲେ

   ଶରଧା ବଢେ କେତେ ।।


ମୋର ଆଖିରେ ସର୍ବେ ସଂସାରେ

    ଦେଖେ ଦୁନିଆଁ ସାରା

ଏକାକି ମୁହିଁ    ଦେଖି ପାରେନି

    ସେବାରେ ଲାଗେ ପରା ।।



Rate this content
Log in

Similar oriya poem from Abstract