Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Niranjan Mishra

Abstract

3  

Niranjan Mishra

Abstract

ଚଳନ୍ତି ଠାକୁର

ଚଳନ୍ତି ଠାକୁର

2 mins
112



ଠାକୁରଙ୍କୁ କିଏ ଦେଖିବ କି ନାହିଁ

କହି କି ପାରିବ କିଏ ?

ପିତାମାତା ଆମ ଚଳନ୍ତି ଠାକୁର

ତାଙ୍କୁ ଦେଖିଛେ ସଭିଏଁ ।

ଠାକୁରଙ୍କୁ ନିତି ପୂଜା କରୁ ଆମେ

ଆମ ସୁଖ ଶାନ୍ତି ପାଇଁ।

ଭଲ ମନ୍ଦ ସବୁ ଜଣାଉ ତାହାଙ୍କୁ

ବିପଦୁଁ ଉଦ୍ଧାର ପାଇଁ  ।

ସମାଜରେ ଭଲ ମଣିଷଟେ ହୋଇ

କିପରି ହୋଇବା ଠିଆ ।

ଠାକୁରଙ୍କ ପାଶେ ଗୁହାରି କରୁଛେ

ନିତି ମାରୁଛେ ମୁଣ୍ଡିଆ ।

ମାଟି କାଠ ଧାତୁ ପଥର ମୂରତି

ଭାବିଛେ ଆମେ ଠାକୁର ।

ଆଖିରେ ଦେଖୁଛେ ଦେଉଳ ଭିତରେ

ବସିଛନ୍ତି ସେ ଆମର ।

ଯେତିକି ଭକତି କରୁଛେ ତାହାଙ୍କୁ

ସେତିକି ଭକତି କଲେ ।

ଚଳନ୍ତି ଠାକୁର ପିତାମାତା ଆମ

ସନ୍ତୁଷ୍ଟ ହୋଇବେ ଭଲେ ।

ପିତା ନାରାୟଣ ମାତା ଲକ୍ଷ୍ମୀ ମୂର୍ତ୍ତି

ଏଇ ଭାବନା କରିବା ।

ପିତାମାତାଙ୍କର ପାଦ ତଳେ ଆମେ

ମନ ପ୍ରାଣ ସମର୍ପିବା ।

ଜନମ କାଳରୁ ମୃତ୍ଯୁ ପରିଯନ୍ତେ

ତାଙ୍କରି ଆଶିଷ ବାରି ।

ଝରି ପଡୁଥାଏ ଆମରି ଉପରେ

କିଏ ହେବ ତାଙ୍କ ସରି ?

ଈଶ୍ବରଙ୍କୁ କିଏ ଚାଲିବା ଦେଖିଛେ

କଥା କହିବା ଦେଖିଛେ ?

ଚଳନ୍ତି ଠାକୁର ପିତାମାତା ଆମ

ସମସ୍ତେ ତାଙ୍କୁ ଦେଖିଛେ।

ସକଳ ଅଝଟ ଅଳି ଅରଦଳି

ସବୁ ସହିଲେ ଆମର ।

ନିଜ ଦୁଃଖ କଷ୍ଟ ପଛକୁ ପକାଇ

ଆମକୁ କଲେ ନିଜର ।

ଆମ ହିତ ପାଇଁ ଏକାକାର ତାଙ୍କ

ଦିନ ରାତିକୁ କରିଲେ ।

ଆମ ଆଖିଲୁହ ନିରନ୍ତରେ ପୋଛି

ଆମକୁ ବଡ କରିଲେ l

ଆମରି ଦୁଃଖରେ ଦୁଃଖୀ ହେଲେ ସିଏ

ଆମ ସୁଖେ ସୁଖୀ ହେଲେ ।

ଚଳନ୍ତି ଠାକୁର ଆମର ହୋଇ ସେ

ସାରା ଜୀବନ ରହିଲେ ।

ପିତାଙ୍କ ପ୍ରୀତିରେ ସର୍ବ ଦେବ ତୁଷ୍ଟ

ମାତା ବଡ ପୃଥିବୀରୁ ।

ପିତାମାତା ସମ କେଉଁ ଦେବ ଦେବୀ

କେବେ କି ହୋଇବେ ଗରୁ ?

ଧର୍ମ ଅର୍ଥ ମୋକ୍ଷ ସବୁ ମିଳିଥାଏ

ତାଙ୍କରି କୃପା ହୋଇଲେ ।

ପିତା ଧର୍ମ ପିତା ସ୍ୱର୍ଗ ପରଂ ତପ

ବେଦ ପୁରାଣ ଗାଇଲେ ।


Rate this content
Log in

Similar oriya poem from Abstract