STORYMIRROR

Prafulla Chandra Mishra

Abstract

4  

Prafulla Chandra Mishra

Abstract

ଜାଗରଣ

ଜାଗରଣ

1 min
279

              


ଉନ୍ମତ ଉଗ୍ର ଯୌବନ ଯୌନ

ଉଦ୍ଦିପନା ଭୋଳେ ଭୋଳ

ଉଦ୍ଧତ ନଗ୍ନ ଜୀବନେ କାମନା ରୁପି ଯେଉଁ ହଳାହଳ

କେବଳ କରୁଛି ଚକ୍ଷୁ ପଲକେ

ସ୍ଵପ୍ନେ ବିଭୋର ଯେତେ

ମିଥ୍ୟା ପ୍ରେମିକ ସଜାଇ ଦେଉଛି ବଳିପଡେ ନାରୀ ଏଥେ ।।


ପାପର ସଂସାର ଅନ୍ଧ ଗଳିରେ

ଗଣିକା ସହିତ ପ୍ରେମ

ନଷ୍ଟ ସମାଜେ ଦୁଷ୍ଟ ଇନ୍ଦ୍ରାରି ଲାଗଇ ଇନ୍ଦ୍ର ସମ

ଆହା ଅଭାଗିନୀ କୃର ମନ୍ତ୍ରରେ

ହଯାଏ ଜୀବନ ଛନ୍ଦ

କୃଶବିଦ୍ଧେ ମୃତ ଈଶ୍ଵର ପୁଣି ସମାଜ ସାଜିଛି ଅନ୍ଧ  ।।


ବନ୍ଧା ପଡ଼ିଛି ବିବେକ ବୈଭବ

ପାପି ମହାଜନ ହାତେ

ବିଶ୍ଵ ଧାବିତ ତଲ୍ଲିନ ହୋଇ ପ୍ରଳୟ ଅବଧି ପଥେ

ଦଗ୍ଧିଭୁତ ହୁଏ ଜ୍ଞାନି ଜ୍ଞାନ ଗୁଣ

ଜଳୁଅଛି ଏଠି ଦେଖ

ଅପକର୍ମର ଘୃତ ଆହୁତିରେ ପାପାଗ୍ନି ପ୍ରଜ୍ବଳିତ ।।


ଅମାପ ପାପର ଅଶନି ରୁଦ୍ର

ରୂପେ ଅବା ବିଦ୍ୟମାନ

ସମାଧି ନେଉଛି ମଣିଷ ପଣିଆ ଅର୍ଥ ଅନ୍ଧ ସ୍ଵାର୍ଥ ପଣ

ଗହଳ ବହଳ ପାପ ଅନ୍ଧାରରେ

ହଜଇ ଜୀବନ ଛନ୍ଦ

କୃଶବିଦ୍ଧେ ମୃତ ଈଶ୍ଵର ପୁଣି ସମାଜ ସାଜିଛି ଅନ୍ଧ  ।।


ସାବଧାନ ହୁଅ ଦୈତ୍ୟ ଏ ଖେଳର

ଘଟାଅରେ ଅବସାନ

ଅରୁଚ ଏ ଅଭିନୟ ଯବନିକା ପକାଅରେ ବେଇମାନ

ଅଭାଗିନୀ ନାରୀ ଆକୁଳ ଚିତ୍କାର

ତା ଆଖିର ତାତିଲା ଲୁହ

ମୃତ ଈଶ୍ଵରେ ଜୀବନଦାନ ଦେବ ତୁଟିଯିବ ତୁମ ମୋହ  ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract