STORYMIRROR

Niranjan Sahu

Abstract

4  

Niranjan Sahu

Abstract

ମଣିଷ ପ୍ରକୃତି ଇଏ

ମଣିଷ ପ୍ରକୃତି ଇଏ

1 min
442

କାହିଁକି ଲେଖିବି ପୋଷ୍ଟ କରିବି

କିଏ ପଢ଼ିବାର ନାହିଁ

ସବୁଠାରୁ ଭଲ ଲେଖା ଛାଡ଼ିଦେଇ

ବାବାଜୀ ହୋଇବି ମୁହିଁ


ଦାଢ଼ି ଗଣ୍ଡେ ରଖି ବାବାଜୀ ହୋଇବି

ମାରି କଛା କଉପୁନି

ମଠ ଟିଏ କରି ପ୍ରବଚନ ଦେଇ

ବୋଲାଇବି ବଡ଼ ଜ୍ଞାନୀ


ଆଜିର ଯୁଗରେ ବାବାଜୀ ହିଁ ଭଲ

ମିଛ ସତ ପଦେ କହି

ଶିଖିତ ସମାଜ ପାଦେ ପଡିଜେବେ

ଭଗବାନ ବୋଲି କହି


ଧନ ମନ ତନ ସବୁ ଦେଇଦେବେ

ଭଗବାନ ବୋଲି ପୁଜିବେ

ମନ୍ତ୍ରୀ ଯନ୍ତ୍ରୀ ତନ୍ତ୍ରୀ ଜୀବନ ଭୟରେ

ପାଦ ତଳେ ଆସି ଲୋଟିବେ


ଜୀବନ କୁ ମୋର ଉପଭୋଗ କରି

କରୁଥିବି ବେଇମାନି

ଆଖିଥାଇ ସବୁ ଅନ୍ଧ ହୋଇଯିବେ

ଯେତେ କର ବେଇମାନି


କିଛି ଗୋଟେ ହେଲେ ହୋ ହାଲା କରିବେ

ପଲ୍ଲୀ ଠାରୁ ଦିଲ୍ଲୀ ଯାଏ

କିଛି ଦିନ ପରେ ସବୁ ଭୁଲିଯିବେ

ମଣିଷ ପ୍ରକୃତି ଇଏ


Rate this content
Log in

Similar oriya poem from Abstract