STORYMIRROR

Binapani Raiguru

Abstract

4  

Binapani Raiguru

Abstract

ମୁଁ କାହିଁ

ମୁଁ କାହିଁ

1 min
309

ହେ ମୋ ଜୀବନ ର ସହାନାଇ!

ବାଜିବା ଆଗରୁ ଖୋଜିନିଅ ଥରେ,

ମୁଁ କାହିଁ, ମୁଁ କାହିଁ ?


ଆଜି ଏଠି ଅଧବାଟେ,

ବୟସ ର ବର୍ଷା ବସନ୍ତ ବୈଶାଖ,

ଦୁଃଖ ରେ ଦୁଃଖରେ କଟେ।।


ସମୟର ମଧୁରାତି,

ଏଇଠି ଏକାଠି ଦେହ ଦେହାନ୍ତର,

ମନ ସାଜେ କିମ୍ବଦନ୍ତୀ ।


ସ୍ୱପ୍ନ ର ସଂକେତ ନେଇ,

କୋଇଲି କୁହାଟେ କୁଆଁରୀ କୁଞ୍ଜରେ,

ଅଦୃଶ୍ୟ ଅତିଥି ହୋଇ ।


ହେ ମୋ ଜୀବନ ର ନୀଳରାତି!

ଶବ୍ଦ ରେ ସଜାଇ ଦିଅ ମୋତେ ଆଜି,

କବିତା ମୋ ଉଠୁ ଜୀଇଁ।


ବାଜୀଉଠ ସାହାନାଇ

ମୋ ଜୀବନ ମହାନଦୀ ମୋଡ଼ ଡେଇଁ

ଖୋଜ ଅଛି ମୁଁ କାହିଁ?



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract