STORYMIRROR

Binapani Raiguru

Fantasy Abstract

2  

Binapani Raiguru

Fantasy Abstract

ତତେ ମୁଁ ଖୋଜୁଛି

ତତେ ମୁଁ ଖୋଜୁଛି

6 mins
13.7K


ତତେ ମୁଁ ଖୋଜୁଛି

ନିଷ୍ପାପ ଚେତନାର ଚୈତାଳିରେ,

ସୁନ୍ଦର ପୃଥିବୀର ବୁନିୟାଦିରେ,

ପୁଣ୍ୟ,ନିସ୍ତରଙ୍ଗ ସମୁଦ୍ରର ମୁହାଣରେ,

ଗଢିବାକୁ ନୂତନ ସମ୍ପର୍କ...

ତତେ ମୁଁ ଖୋଜୁଛି

ସେ ଦିନରୁ ଏବେ ଯାଏ,

କର୍ମକ୍ଲାନ୍ତ ମଣିଷର ଆଖିରେ,

ଅଂକୁରିତ ବୀଜର ସ୍ୱପ୍ନରେ

ମାଟି ମଖା ଆକାଶର ଛାଇରେ,

ମେଂଟାଇ ନେବାକୁ ତୃଷାର୍ତ୍ତ ପାତ୍ରର ଶୋଷ...

ତତେ ମୁଁ ଖୋଜୁଛି

ଶୁଷ୍କ ପ୍ରାଣର ଜଳଭ ଧାରାରେ,

ଅଙ୍କାବଙ୍କା ଜୀବନ ର ବେଦମ ଝଡ଼ରେ,

ନିରୀହଙ୍କ ଆତ୍ମପ୍ରତ୍ୟୟରେ,

କାଳେ ତୁ ମିଳି ଯିବୁ ଅଚାନକ ଏମାନଙ୍କ ଭିତରେ...


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy