STORYMIRROR

Binapani Raiguru

Inspirational

2  

Binapani Raiguru

Inspirational

ସନ୍ଧ୍ୟା

ସନ୍ଧ୍ୟା

1 min
13.6K


ସନ୍ଧ୍ୟାର ରୂପକଳ୍ପରେ

ଗଢି ହେଉଥାଏ ରାତି,

ଆଙ୍କୁଥାଏ ପ୍ରୀତିର ଛାତିରେ ପୁନଃ ପୁନଃ ଚୁମା

ଅନନ୍ତ ଅସ୍ତିତ୍ଵର ତତ୍ତ୍ୱ ସତ୍ତ୍ୱ ରେ,

ଜୁଡୁବୁଡୁ ଜହ୍ନରେ

ପହଁରୁଥାଏ ମନ,

ଲହରୀ ତୋଲୁଥାଏ ସିନ୍ଧୁ,

ବିନ୍ଦୁର ବିନ୍ୟାସରେ।।


ସଜେଇ ହେଉଥାଏ ଆକାଶ

ସାତସ୍ୱରର ସ୍ୱପ୍ନରେ ,

ମାଟି ମଟାଳର ଆଖିରେ,

ସ୍ମୃତି ପାଲଟୁଥାଏ ମୋତି,

ଶାମୁକାର କୁକ୍ଷିରେ।

ଏକ ଅନବଦୟ କ୍ଷଣରେ

ପରକୁ ଆପଣା, ଆପଣାଙ୍କୁ ପର କରି।।


ବେଦନା ଗର୍ଭରେ ବେଦ,

ଦର୍ଭରେ(ମୁଖ ରେ,)ଓଁକାର,

ତୋଲୁଥାଏ ଲାସ୍ୟମୟୀ ସନ୍ଧ୍ୟା

ଅର୍ଥରୁ ଅର୍ଥାନ୍ତର, ଶବ୍ଦରୁ ଶବ୍ଦାନ୍ତର ହୋଇ

ସମୟ ଖେଳୁଥାଏ ଚକାଭଉଁରୀ,

କେଉଁ ଏକ ମାହେନ୍ଦ୍ର ବେଳାରେ,

ଗଢି ହେଉଥାଏ ରାତି,

ସମ୍ପର୍କର ସନ୍ଧ୍ୟାରେ,ସଂଧ୍ୟାର ସମ୍ପର୍କରେ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational