STORYMIRROR

Binapani Raiguru

Others

3  

Binapani Raiguru

Others

ପାନ୍ଥ ପଥିକ...

ପାନ୍ଥ ପଥିକ...

1 min
14.8K


ଶିଳ୍ପୀ ତୁମେ ମୁଁ ନିହାଣ

ଆସ ଗଢିବା ଏକ କୋଣାର୍କ

ଏକ ଅନେକଙ୍କ ଠୁଳରେ

ଗଢିବା ମୂର୍ତ୍ତି ଅନେକ।।

 ଭରିବା ପ୍ରାଣ ନିଷ୍କ୍ରାଣରେ

ସ୍ଵପ୍ନ ହୋଇବ ବାସ୍ତବ,

କରି ପଥ ପାଂଚ ଏକାଠି

ସର୍ଜିବା ନୂତନ ବୈଭବ।।

 ସତ୍ତା ତୁମେ, ତୁମ ପତ୍ତା ମୁଁ

ଆହାରିବା ଶୀଳା ସୈକତ

ମୂକ ମୁଖ ଭାଷା ଅକ୍ଷରେ

ମାଟିରେ ଖେଳିବ ପୁଲକ।।

 ହେବେ ଦାରୁ ଗରୁ ଏକାଠି

ମରୁ ପାଲଟିବ ସରଗ

ଆଶାର ନନ୍ଦନ ବନରେ

ଖେଳିବ ସୁନାର ମିରିଗ।।

 ଶିଳ୍ପୀ ତୁମେ, ମୁଁ ନିହାଣ

ମିଶାଣ ଆମର ଅନୋଖା,

ପାଂଥ ତୁମେ ମୁଁ ପଥିକ

ଏକରେ ଆମେ ଅନେକା।।


Rate this content
Log in