STORYMIRROR

Binapani Raiguru

Others

3  

Binapani Raiguru

Others

ଏକା ଏକା ତାରାଟିଏ

ଏକା ଏକା ତାରାଟିଏ

1 min
266

ତାରାଟିଏ,

ଅନାମିକା,ଅବିଶ୍ରାନ୍ତା,

ଏକା ଏକା ଆକାଶରେ,

ଗୋଟେଇ ଚାଲିଛି ଦୁଃଖ ର ବଦଲମାନଙ୍କୁ,

ସଞ୍ଜ ର ଶେଷ ପଦଶବ୍ଦ ଶୁଣିବା ଆଗରୁ,

ଦଉଡି ଆସିଛି ସମୟ,

କିଛି ସାଉଁଟି ନେବାକୁ, ସାଉଁଳା ସଂଜ ରୁ।।


ଅଳ୍ପ ଅଳ୍ପ ଅନ୍ଧାର,

ବିଛାଡି ହୋଇ ପଡିଛନ୍ତି ସ୍ୱପ୍ନସବୁ,

ଅବନୀ ର ଅବୈଧ ମାଟିରେ,

ଆପେ ଗଢି ଉଠୁଛି ତିମିର ର ପିରାମିଡ,

ଆସନ୍ନ ଆସକ୍ତି ର ମୋହରେ ,

ଜୀବନ ବାଢି ଚାଲିଛି, ଜୀବନପାଇଁ,

ଆ ଇ ର ବର୍ଣାଳୀ।।


ଏକାନ୍ତ ଇଛାଟିଏ,

ସଜାଇ ଚାଲିଛି ସାତରଙ୍ଗ ର ଶେଯ,

ବିନ୍ଦୁ ଆଉ ବିସର୍ଗ କୁ ମିଶାଇ,

ଏକ କରିଚାଲିଛି ଏକାନ୍ତ ମୁହୂର୍ତ୍ତ ମାନଙ୍କୁ,

ରାତି ରୂପେଲି ର ନିର୍ଜନ ନୀରବତା ରେ,

ନିଖୋଜ ନଦୀ ର ଆଦେଖା ମୋଡ଼ରେ,

ଠିଆ ହୋଇ ,ପାଂଥ ଖୋଜୁଛି ,ପଥିକ ର ଠିକଣା।।



Rate this content
Log in