STORYMIRROR

Binapani Raiguru

Others

3  

Binapani Raiguru

Others

ଶୀଳାଲିପି

ଶୀଳାଲିପି

1 min
114

କେତେ ଜନ୍ମ ଏମିତି,

ବିଶ୍ୱାସ କୁ ଭରି ଚାଲିଥିବି,

ମୋ ନିଃଶ୍ୱାସ ରେ,

ଜଳିଚାଲିଥିବି ଜୀବନ ର ନିଆଁରେ?

ମାରି ଚାଲିଥିବି ମୋ ଇଚ୍ଛାକୁ,?

ଏମିତି ବଢି ଚାଲିଥିବ ମୋ ଶୋଷ,

ଅତର୍କିତ ଅପରାହ୍ନ ର ଆବିର୍ଭାବ ରେ,

ଶେଷ ଶର୍ବରୀ ର ଶିଶିରାକଶିଶିରାକ୍ତ ମୋହରେ

ଜୁଡିଚାଲିଥିବ ମୋ ଅସ୍ତିତ୍ୱ??


ସାରା ସୁଖ ମୋତେ ବେଢ଼ି ରହିଛନ୍ତି,

ସ୍ନିଗ୍ଧ ସନ୍ଦିଗ୍ଧ ର ସଂଗମ ମରୁରେ

ବଢିଚାଲିଛି ଜୀବନ ପୁନଃ ପୁନଃ ଅହ୍ଵାନ,

ଶୋଇଗଲେଣି ମୋ ସ୍ୱପ୍ନସବୁ

ମୋ ଆଖିରେ ଉଠିଲାଣି ଧୂଳିଝଡ଼ର ଝଙ୍କାର,

ମାନି ହେଉନି ଆଉ ଯମା,

ମୋ ନିଦର ନିର୍ଦେଶ କୁ।।


ସରିନି କି ସରିବ ନାହିଁ ଏ ରାତି,

ସେମିତି ଭିଜି ଚାଲିଥିବ ଏ ଜୀବନ,

ବୟସର ବର୍ଷାରେ,

ଚେଇଁ ଉଠୁଥିବେ ମୋ ଇଚ୍ଛାସବୁ,

ମୋ ଇପ୍ସିତର ଇସାରାରେ।

ଶବ୍ଦମୟ ହୋଇଉଠୁଥିବ ,

ମୋ ଶରୀର ର ଶୀଳାଲିପି।।



Rate this content
Log in