STORYMIRROR

Binapani Raiguru

Others

4  

Binapani Raiguru

Others

ତୋ ପୁଅ

ତୋ ପୁଅ

1 min
391

ଆଉ ତ ମାତ୍ର ଅଳପକ୍ଷଣ,

ସାତ ଜନ୍ମର ସ୍ବପ୍ନ ମୁଣ୍ଡେଇ,

ଫେରି ଆସୁଛି ତୋ ପୁଅ,

ସୀମାନ୍ତରୁ, ପୁଲବାମାରୁ,

ଶୋଇ ଯିବାକୁ ତୋ ସଂକଳ୍ପ ର ମୃତ୍ୟୁ ଶେଯରେ,

ତୋ କୋଳରେ, ସବୁଦିନ ପାଇଁ।।


ଏବେ ଏବେ ଚହଳ ପଡିଯିବ ତୋ ମାଟିରେ,

ତିନ୍ତି ଯିବା ତୋ ଆକାଶ,

ଦେଶ ଦଶର ଲୁହରେ,

ବାଜି ଉଠିବ ତୋ ଅଗଣାରେ ତୋ ପୁଅର

ଶେଷ ଶଙ୍ଖର ଶବ୍ଦ,

କମ୍ପିତ କରି ସମ୍ପର୍କର ସୀମାନ୍ତକୁ।।


ହେଇ ,ଆସିଗଲାଣି ତୋ ପୁଅ,

କଳ୍ପାନ୍ତର କଳ୍ପନାକୁ ସାର୍ଥକ କରି,

ଲାଗିଗଲାଣି ଭିଡ଼ ଭାଡ଼ ତୋ ଜୀବନ ଦାଣ୍ଡରେ,

ସଜିଗଲାଣି ତା ସ୍ୱପ୍ନାତୀତ ସମାଧି,

ହେଇ ଦେଖ, ଭିଜିଗଲାଣି ତୋ ମାଟି

ଦେଶ ଦୁନିଆର ଲୁହରେ,

ଆ, ଆ ,ଶଂଖୋଳୀ ନେ ତାକୁ,

ଘୋଡାଇ ଦେ ତୋ ଆଞ୍ଚଳରେ

ତା ଦୁଇପାଦ ଜମିକୁ,ସବୁଦିନପାଇଁ

ବାଜିଉଠୁ ତା ଜୀବନର ଶଙ୍ଖ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍