STORYMIRROR

Prafulla Kumar Tripathy

Abstract

4  

Prafulla Kumar Tripathy

Abstract

ଭିଜିବା ବର୍ଷାରେ

ଭିଜିବା ବର୍ଷାରେ

1 min
197


ଆସ ଭିଜିବା ବର୍ଷାରେ

ଆଉ କେତେ ଅପେକ୍ଷା କରିବା

ଏ ବର୍ଷା ଛାଡିବାର ନା ଗନ୍ଧ ନାହିଁ ।

ଘରକୁ ପହଚିଂବାର ବେଳ ହେଲାଣି

କିଏ ଜାଣିଥିଲା ଯେ

ଆଜି ଏମିତି ବର୍ଷିବ ।

ଯାହା ହେଉ ଶୀଘ୍ର ଯିବାକୁ ହେବ

ଘରେ ରୋଗିଣି ମା"

ତାର ଖୁଁ ଖୁଁ କାଶ ଆରମ୍ଭ ହେବଣି

ଯାହା ଔଷଧ ଥିଲା ସକାଳେ ସରିଛି ।

ସଞ୍ଜ ବେଳକୁ ନଥିଲା

କଥା ଦେଇଥିଲି ଶୀଘ୍ର ଫେରିବି

ବର୍ଷା ସବୁ ବିଗାଡି ଦେଲା ।

ମୋ ଦେହ ଭିଜିଲେ ଭିଜୁ

ତା କାଶ ସିରାପ ଭିଜିବନିତ ?

ସେ ଦି ଠିପି ଖାଇଦେଲେ

ତା ଆରମ୍ଭ ହୋଇଥିବା କାଶ ବନ୍ଦ ହୋଇଯିବ

ମୋ ଓଦା ଦେହକୁ ବୋଉ ତା କାନିରେ

ଛାପି ଛାପି ପୋଛି ଦେଉ ଦେଉ

ଖୁଁ ଖୁଁ ହୋଇ କହୁଥିବ

ମୋର ଯାହା ହେଲେ ହେଇଯାଉ

ତୁ ଯମା ଆଉ ବର୍ଷାରେ ଭିଜୁବୁନି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract