STORYMIRROR

Niranjan Sahu

Abstract Inspirational

4  

Niranjan Sahu

Abstract Inspirational

ହେବୁ ନାହିଁ ଉତୁପାତ

ହେବୁ ନାହିଁ ଉତୁପାତ

1 min
358

ହୋ ଭକତେ

ରଥ ଚାଲେ କଟ କଟ

ବାଇକରେ ବସି ଜୁଆଡ଼କୁ ଯିବ

       ପିନ୍ଧୁଥିବ ହେଲମେଟ,


ହୋ ଭକତେ

ରଥ ଚାଲେ ସାଇଁ ସାଇଁ

ଅଠର ବରଷ କମ ପିଲା ଙ୍କୁ

      ଗାଡି ଜମା ଦେବନାହିଁ,


ହୋ ଭକତେ

ରଥ ଚାଲେ ଘିଡି ଘିଡି

ମୋବାଇଲ ଧରି ଗାଡି ଚଲେଇଲେ

         ବିପଦ ଆସିବ ମାଡି


ହୋ ଭକତେ

ରଥ ଚାଲେ ଗଡି ଗଡି

ଟ୍ରାଫିକ ନିୟମ ମାନିବୁନି ଯଦି

       ହୋଇଯିବୁ ହିଡ଼ି ଗିଡି,


ବରଷ କେ ଥରେ ରଥଯାତରା

ଓଡ଼ିଆ ରଜାର ଛେରାପହଁରା

       ଦେଖିବୁ କାଳିଆ ରଥ

ଗାଡିର ନିୟମ ମାନିବୁରେ ବାବୁ

        ହେବୁ ନାହିଁ ଉତୁପାତ,


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract