Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Laxman Kumar Behera

Abstract Others

3  

Laxman Kumar Behera

Abstract Others

ନାରୀର ଠିକଣା

ନାରୀର ଠିକଣା

1 min
321



ବାଲ୍ଯାବସ୍ଥାରେ ନାରୀ 

ବୋଲେ ତା' ବାପାଙ୍କୁ 

ଏହିତ ମୋହରି ଘର, 

ବାପା ବୋଲନ୍ତି ମିଥ୍ଯା 

କହିଲୁ ରେ କନ୍ଯା 

ଏହି ଘର ଅଟେ ମୋର ।


ବିବାହ ପରେ ନାରୀ 

ସ୍ବାମୀଙ୍କୁ ବୋଲଇ 

ଆଜିଠୁ ଏ ଘର ମୋର, 

ସ୍ବାମୀ ବୋଲନ୍ତି ମିଥ୍ଯା 

କହିଲ ଗୋ ଦେବୀ 

ଏ ଘର ମୋ ପିତାଙ୍କର ।


ଶ୍ବଶୁର ମୃତ୍ଯୁ ପରେ 

ସ୍ବାମୀଙ୍କୁ ବୋଲେ ସ୍ତ୍ରୀ 

ଆଜିଠୁ ଏହି ମୋ ଘର, 

ସ୍ବାମୀ ସରଧାରେ 

ବୋଲନ୍ତି ଗୋ ଦେବୀ 

ଏ ଘର ଆଜିଠୁ ମୋର ।


ବାର୍ଦ୍ଧକ୍ୟ ଅବସ୍ଥାରେ 

ସ୍ବାମୀ ମୃତ୍ୟୁପରେ 

ନାରୀ କହେ ଏ ମୋ ଘର, 

ପୁତ୍ର ବୋଲନ୍ତି ବୃଦ୍ଧା 

ହୋଇଲ ଗୋ ମାତା 

ଏବେ, ଏ ଘର ତୁମ ପୁଅର ।


ଅନ୍ତିମ ଅବସ୍ଥାରେ 

ମୃତ୍ୟୁର ଶେଯରେ 

ନାରୀ ପାଇଲାନି ଘର, 

ଖାର ହେଲା ଶରୀର 

ଶ୍ମଶାନ ଭୂଇଁରେ 

ପାଇଲାନି ନିଜ ଘର ।


ନାରୀର ଘର କ'ଣ 

ନାହିଁ ମର୍ତ୍ତ୍ଯପୁରେ 

ଦିଅ ସର୍ବେ ଥା' ଉତ୍ତର, 

ମାୟା କି ତା' ଶରୀର 

ବୋଲ ବିଶ୍ବବାସୀ 

କେଉଁଠି ତାହାର ଘର ?



Rate this content
Log in