STORYMIRROR

କବିଶ୍ରୀ ଅକ୍ଷୟ କୁମାର ବେହେରା

Abstract Others

4  

କବିଶ୍ରୀ ଅକ୍ଷୟ କୁମାର ବେହେରା

Abstract Others

ଗରୀବ ଦୁଃଖ ସୁଖ

ଗରୀବ ଦୁଃଖ ସୁଖ

1 min
508

କଲା କର୍ମ ଫଳ ଯୋଡି ସୃଷ୍ଟି କର୍ତ୍ତା

ସଂସାରେ ଜନ୍ମ ଦିଅନ୍ତି,

ଧନୀ କି ଗରୀବ ହିସାବ କଷିଣ

କପାଳେ ଭାଗ୍ୟ ଲେଖନ୍ତି ।୧।


ଗରୀବ ଜୀବନ ଭାରି ହିନୀମାନ

ଦୁଃଖ କେବେ ଛାଡେ ନାହିଁ,

ସମୟ ସମସ୍ୟା ହୋଇ ଠିଆ ହୁଏ

ସାହା ନ ହୁଅନ୍ତି କେହି ।୨।


ଗରୀବ ହେଲେ ବି ନିଜ ସ୍ବାଭିମାନ

ଜଗି ଚାଲେ ଚଲାବାଟ,

କାହାରି ପାଖରେ ମୁଣ୍ଡ ନ ନୁଆଇ

ସାମ୍ନା କରଇ ଶଙ୍କଟ ।୩।


ପେଟକୁ ଦିମୁଠା ଦାନା ଯୋଗାଡରେ

କାର୍ଯ୍ୟରତ ନିରନ୍ତର,

ପରିବାର ପାଇଁ ହସ ଭରିବାକୁ

ସଦା ରହେ ତତପର ।୪।


ପରବ ପୁନେଇଁ ଗରୀବଙ୍କ ପାଇଁ

ଆଣିଦିଏ ସୁଖ ଦିନ,

ଦୁଃଖ ଜଞ୍ଜାଳରେ ଆନନ୍ଦ ଖେଳଇ

ଖୁସି ତ ସଭିଙ୍କ ମନ ।୫।


ଜୀବନରେ ସୁଖ ଛାଇ ହୋଇଯାଏ

ପିତାମାତା ଆର୍ଶିବାଦେ,

ସନ୍ତାନ ଖୁସିରେ ମନ ନାଚିଯାଏ

ସୁଖର ରାଗିଣୀ ଛନ୍ଦେ ।୬।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract