STORYMIRROR

Lata Behera

Abstract

4  

Lata Behera

Abstract

ମୁଁ ଯେବେ ନ ଥିବି

ମୁଁ ଯେବେ ନ ଥିବି

2 mins
394


ଅଛି ବୋଲି ସିନା କହୁଛି ମୁଁ କଥା

     ଲେଖୁଛି କବିତା ଆଜି 

ମୁଁ ମଲା ପରେ ଏଇ ମୋ କବିତା 

    ଗଳପ ଯିବବି ହଜି ।


ଅଛି ବୋଲି ଆଜି ପାଉଛନ୍ତି ଭଲ

    ଭାବୁଛନ୍ତି ଆପଣାର

କାମ ସରିଗଲେ ହେଇଯିବେ ଦୂର

    ଏଇ ଦୁନିଆ ବେଭାର ।


ଅଛି ବୋଲି ଆଜି ଘୃଣା କରୁଅଛ

    ଦେଉଅଛ ଅପମାନ 

ମରି ଗଲା ପରେ ଦୁଃଖ କରୁଥିବ

    କାହାକୁ ଭାବିବ ହୀନ । 


ହୀନିମାନ ଆଉ ଦେଖିବ କାହାକୁ

    ଭାବି ଭାବି ଯିବ ଦିନ

ଆଖିର ଆଗରେ ଭାବନା ରାଇଜେ

    ସେଇ ହେବ ଦୃଶ୍ୟମାନ ।


ଛଳନା କପଟ କେତେ କରୁଅଛ 

     କୂଟ ଚକ୍ରାନ୍ତେ ଖେଳୁଛ

ମିଛ ଦୋଷରୋପ ମଥାରେ ଲଦିଣ

    ବାହାସ୍ଫୋଟ ମାରୁଅଛ ।


ଆଜି ଅଛି ବୋଲି ପିତା ଲାଗୁଅଛି 

    କହୁଅଛ ବାର କଥା

ମରିଗଲା ପରେ ମନେ ପକେଇବ

    ଝୁରି ନଇଁ ଯିବ ମଥା ।


ଅଯଥାରେ ଏତେ ଇର୍ଷା କରୁଅଛ 

     ବୃଥା ବହି ଅହଂଭାବ 

ଏଇତ ଜୀବନ ଦଦରା ନାଆଟି

     ଜଳ ସ୍ରୋତେ ବୁଡିଯିବ ।


ମନେ ଶତ୍ରଭାବ କାହିଁ ବୋହୁଅଛ

     କି ଯଶ ପାଇବ ତୁମେ

କିଏ ତୁମେ ମୋର ମୁଁ ବା କାହାର

     ଭାବ ମନେ ଟିକେ ତୁମେ ।


ଆସିଅଛେ ଏକା ଚାଲିଯିବା ନିଶ୍ଚେ

    ସାଥେ ଯିବେ ନାହିଁ କେହି

ମାଟିର ଶରୀର ମାଟିରେ ମିଶିବ

    ପାପ ପୁଣ୍ୟ ସାଥେ ରହି ।


କେହି ଏଠି ନୁହେଁ କାହାର ନିଜର

    ବୃଥା ବଡପଣ ତୋର 

ପଦ ପଦବୀର ଲୋଭ ଲାଳସାରେ 

    କହୁଅଛୁ ମୋର ମୋର ।


ଭଲ ଥିଲେ ସବୁ ଭଲ ଯେ କହିବେ

     ମନ୍ଦେ ଧିକାର୍ କରିବେ 

ଛିର ଉପାଧି ଭାରି ପଡି ଯିବ

     ଘୃଣାରେ ନାକ ଟେକିବେ ।


କାହିଁକି ବୃଥାରେ ଦେଖାଉଛ ଭାଉ 

      ରହେନି ରୂପ ଯୌବନ

ସମୟ ସୁଅରେ ଆପେ ଧୋଇଯିବ

     ହେଇଯିବ ସେ ବିଲୀନ ।


ଶେଷ ସମୟରେ ପସ୍ତେଇବ ସବୁ

     ନ ଥିବ କିଛି ସେ ବେଳେ 

ହାତ ପାହାନ୍ତାରୁ ସବୁ ଚାଲି ଯିବ

      ଭାସୁଥିବ ଆଖି ଜଳେ ।


ଅଛି ବୋଲି ସିନା ଲେଖୁଅଛି ଆଜି

      ଗଲା ପରେ ସରି ଯିବ

କଳମ ମୂନଟି ଆଧା କାଗଜରେ

      ସେମିତିକା ପଡି ଥିବ ।


କିଏ କାହା ପିତା କିଏ କାହା ଭାଇ

     ସବୁ ଏଠି ମାୟା ମୋହ

କାହିଁକି ଅଯଥେ କଳହ କରିବା

      ଭରିବା ଆଖିରେ ଲୁହ ।


ସେନେହ ସମ୍ପର୍କେ ଫାଟ ସୃଷ୍ଟି କରି

     କାହିଁ ପ୍ରତିଦ୍ବନ୍ଦୀ ହେବ

କାହିଁକି ମଝିରେ ଷଣ୍ଢ ସାଜି କାହା 

      ଘରକୁ ଉଜାଡି ଦେବ ।


ମିଛ ଖଛ କହି କେତେ ହାତେଇବ

      ଦିନେ ଧରା ପଡିଯିବ

ସେତେବେଳେ ଭାବ କାହାର ହୋଇବ

     ମୁହଁକୁ କିଏ ଚାହିଁବ ।


ଅନୁଷ୍ଠାନ ଦେଖ ଘରକୁ ପରଖ

     ସବୁ ସ୍ଥାନେ ଏହା ଅଛି 

ବୁଢା ବୁଢି ହେଲେ ଶାଶୁ ଶଶୁରଙ୍କୁ 

     କିଏ ବା ପଚାରୁ ଅଛି ।


ନାରୀ ହେଇ ନାରୀ ଶତ୍ରୁ ପାଲଟୁଛି

      ଖାଇବାକୁ ଦେଉ ନାହିଁ 

କୁକୁର ବିଲେଇ ପରି ବ୍ୟବହାର 

     କରେ ସେ ଗୁରୁଜନକୁ ।


ଘରର ମୂରବୀ ଭୂଲି ଯାଉଛନ୍ତି 

     କହନ୍ତି ଥିଲେ ଅଡୁଆ 

ଭୂଲି ଯାଉଛନ୍ତି ତାଙ୍କ ପାଇଁ ଆଜି 

     ହସୁଛି ତାଙ୍କ ଦୁନିଆ ।


ମନ ଇଚ୍ଛା ତୁମେ ବାହାରେ ବୁଲୁଛ 

    ଘର ଜଗି ଥାନ୍ତି ସିଏ

ତାଙ୍କ ପାଇଁ ତୁମେ ବିଳାସ କରୁଛ

    ଦିନ ତୁମ ବିତି ଯାଏ ।


ଏବେ ଅଛି ବୋଲି ହୁଅ ରାଉ ରାଉ 

     ମୁହଁ ମୋଡି କଥା କୁହ 

ଚାଲି ଗଲା ପରେ ଭାବିବ ମୋ କଥା

     ଝରାଇବ ଆଖି ଲୁହ ।


ଆଜି ଅଛି ବୋଲି ଝୁରୁଛି ଏ ମନ 

     ଖୋଜୁଛି ସ୍ନେହ ମମତା

ଆଖି ବୁଜି ଦେଲେ ସରିବ ସେଇଠି

    ଜଳୁଥିବ ମୋର ଚିତା ।


ମଶାଣୀ ଭୂଇଁର ଜୁଇର ପାଉଁଶେ

     ସବୁ ହେଇଯିବ ଶେଷ

ମୁଁ ଯେବେ ନ ଥିବି କାହାକୁ କହିବ 

     କାହାକୁ ମଣିବ ବିଷ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract