STORYMIRROR

Rabindra kumar Sahoo

Abstract Inspirational

4  

Rabindra kumar Sahoo

Abstract Inspirational

ଆମେ ସାମ୍ୟବାଦୀ

ଆମେ ସାମ୍ୟବାଦୀ

2 mins
287


  ଆମେ ସାମ୍ୟବାଦୀ

     ଆମେ ସାମ୍ୟବାଦୀ

  ଅନ୍ୟାୟ ଅନୀତି ର ଘୋର ବିରୋଧୀ

  ଦୁର୍ନୀତି ଭ୍ରଷ୍ଟାଚାର ର ଘୋର ବିରୋଧୀ

   ଜାତି ଧର୍ମର ଅଟୁ ବିରୋଧୀ

  ମଣିଷ ପଣିଆର ଅଟୁ ଦରଦୀ

  ନାହିଁ ଆମ ମଧ୍ୟେ ଭେଦ ଭାବ

   ନାହିଁ ଆମ ମଧ୍ୟେ ଶ୍ରେଣୀ ର ଭାବ

  ମା ମାଟି ପାଇଁ ଜୀବନ ଦେଇ

   ଜୀବନେ ଲଭିବୁ ଆମେ ଯେ ସିଦ୍ଧି

  ଆମେ ସାମ୍ୟବାଦୀ

   ଆମେ ସାମ୍ୟବାଦୀ ।


 ପର ଆପଣାର ନାହିଁ ଆମ ଭାବ

   ଦଳିତ ନିଷ୍ପେସିତ ଙ୍କ ପାଶେ

   ଆମରି ଭାବ

   ସ୍ନେହ ମମତା ରେ ଗଢିବା କୁ ଚାହୁଁ

   ଏ ଦେଶ ଏ ଜାତି ସମାଜ ଆଦି

   ଆମେ ନୋହୁଁ ସାମ୍ପ୍ରଦାୟିକତାବାଦୀ

  ଆମେ ନୋହୁଁ ଉଗ୍ରବାଦୀ

  ମାଟି ମା'ପାଇଁ ଆମ ହୃଦୟ ଉଠଇ କାନ୍ଦି

    ଆମେ ସାମ୍ୟବାଦୀ

   ଆମେ ସାମ୍ୟବାଦୀ ।


  ସଂସ୍କାର ସଂସ୍କୃତି କୁ

   ଆମେ ଦେଉ ସମ୍ମାନ

 ଅନ୍ଧ ବିଶ୍ବାସ କୁ ନ ଦେଉ ଧ୍ୟାନ

  ପ୍ରଥା ପରମ୍ପରା ନାମେ ଯେଉଁ ଶୋଷଣ

   ତାକୁ ସବୁ ଆମେ କରୁ ପ୍ରତ୍ୟାଖ୍ୟାନ

  ନାହିଁ ଆମ ମଧ୍ୟେ ଘୃଣା ର ଭାବ

  ଅଭାବୀ ଙ୍କ ପାଇଁ ଦେଖାଉ ଦରଦୀ ଭାବ

   ନୋହୁଁ ଆମେ କେହି ସାମନ୍ତବାଦୀ

   ସାମ୍ରାଜ୍ୟ ବାଦର ଘୋର ବିରୋଧୀ

    ସାମ୍ୟବାଦୀ ଆମେ ସାମ୍ୟବାଦୀ

    ଆମେ ସାମ୍ୟବାଦୀ

      ଆମେ ସାମ୍ୟବାଦୀ ।


    ଜନମ ମାଟି ଜନମ ଭୂଇଁ

   ସରଗ ପୁର ଆମରି ପାଇଁ

    ରକ୍ତରେ ଆମ ଲେଖା

     ମାତୃଭୂମି ର ତ୍ୟାଗ ପାଇଁ

    ଶହୀଦ ହେବୁ ପଛେ

    ଅନ୍ୟାୟ ଅନୀତି ପାଶେ

     ଆମେ ମଥା ନଇଁବୁ ନାହିଁ

   ନ୍ୟାୟ ପାଇଁ ଆମେ ହୋଇବୁ ବନ୍ଦୀ

     ମାଟି ମା'ପାଇଁ ଆମେ ହେବୁ ଶହୀଦ

    ଆତ୍ମ ସମ୍ମାନ ସ୍ଵାଭିମାନ ପାଇଁ

     ଆମେ ନ ଛାଡିବୁ ଆମରି ଜିଦି

   ସାମ୍ୟବାଦୀ ଆମେ ସାମ୍ୟବାଦୀ

    ଆମେ ସାମ୍ୟବାଦୀ

     ଆମେ ସାମ୍ୟବାଦୀ ।

   

ଲାଲ୍ ଝଣ୍ଡା ଆମ ଏକ ଭରସା

     ଲାଲ୍ ସଲାମ୍ କରି

    ସାଥୀ ମାନଙ୍କୁ ଆମ କରୁ ସରସା

    ନାହିଁ ଆମ ଠାରେ କିଛି ଦୁର୍ବୁଦ୍ଧି

  ଯୁଗେ ଯୁଗେ ସମତା ମମତା ରେ

    ଗଢ଼ିବାକୁ ଚାହୁଁ ଆମେ

   ସେହି ଆମ ନିର୍ବାଣ

    ସେହି ଆମରି ସିଦ୍ଧି

  ଆମେ ସାମ୍ୟବାଦୀ

    ଆମେ ସାମ୍ୟବାଦୀ ।

   

 ଧନୀ ଗରିବଙ୍କ ମଧ୍ୟେ

   ଭେଦଭାବ କୁ ଭାଙ୍ଗି

  ନୂଆ ଆଲୋକ

  ନୂଆ ବିଚାର ଧାରା ର

    ଆମେ ରେ ସଙ୍ଗୀ

  ନୋହୁଁ ଆମେ କେହି ଧର୍ମ ଦ୍ରୋହୀ

   ନୋହୁଁ ଆମେ ଉଗ୍ରବାଦୀ କେହି

   ସଭ୍ୟତା ର ବିକାଶରେ

    ଆମେ ହେବାକୁ ଚାହୁଁ ଛନ୍ଦି

  ଆମେ ସାମ୍ୟବାଦୀ

   ଆମେ ସାମ୍ୟବାଦୀ ।


କୃଷକ ଶ୍ରମିକ ଆମରି ବନ୍ଧୁ

  ଖଟିଖିଆ ମଜୁରିଆ

    ଆମରି ବନ୍ଧୁ

 ଶ୍ରମିକ କୃଷକର ରକ୍ତେ

   ଆମେ ରେ ବନ୍ଦୀ

   ବନ୍ଧା ପକେଇବୁନି ଆମ ମାଆକୁ

    କେବେ ନିନ୍ଦିବୁନି ଜନ୍ମ ମାଟି ଆମ ଗାଁ କୁ

   ହସି ହସି ଆମେ ଜୀବନ ଦେବୁ

    ମା ମାଟି ପାଇଁ ସଜ୍ଜା ଖଟିବୁ

   ସୁନାର ଫସଲ ଆମେ ଉପୁଜାଇ

    ଦେଶ ମାତୃକା ପାଇଁ ସାଜିବୁ ବନ୍ଦୀ

   ଆମେ ସାମ୍ୟବାଦୀ

      ଆମେ ସାମ୍ୟବାଦୀ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract