Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lata Behera

Abstract

4  

Lata Behera

Abstract

ମିଛ

ମିଛ

2 mins
354



ମିଛ କହିବାକୁ ଭଲ ଲାଗେ ନାହିଁ 

    କହୁ ନାହିଁ ଜମା ମିଛ 

ଏଇ ଦୁନିଆରେ ଏଇ ତ ସଂସାର 

   ହୁଏ ନାହିଁ କେବେ ତୁଚ୍ଛ ।

ତୁଚ୍ଛ ଯଦି କେବେ ମଣୁଥାନ୍ତା କିଏ

    କୁହନ୍ତାନି କେବେ ମିଛ

ଏ ଘର ମାଉସୀ ସେ ଘର ପିଉସୀ

    ହେଇ ଲଗାନ୍ତାନି ଖଛ ।

ପର ଆପଣାର ଦେଖନ୍ତାନି କେବେ

     ରଖନ୍ତାନି ଭେଦଭାବ

ପାତର ଅନ୍ତର ନିତି କରନ୍ତାନି

     ମନେ ବହି ଅହଂଭାବ ।

ନିଜକୁ ସେ ବଡ ମନେ କରନ୍ତାନି

    ମିଛ ଉପାଧିକୁ ପାଇ 

ସଲା ସୁତର ସେ ହୁନ୍ଦର କରିଣ

    ମୁଣ୍ଡ ଯାଆନ୍ତାନି ଖାଇ ।

ଆଙ୍ଗୁଠି ଅଗରେ ନଚାନ୍ତାନି କେବେ

    କରି ସେ ଗାତୁଆ ମୂଷା

ମୂଷା ବିଲେଇର ଖେଳ ସେ ଖେଳେଇ

    ନିଜେ ବସାନ୍ତାନି ବସା ।

ସର୍ବେ ସର୍ବା ହର୍ତ୍ତାକର୍ତ୍ତା ଭାବନ୍ତାନି

    ଖଳନାୟିକା ସେ ସାଜି

ଖଳନାୟକକୁ ବାହୁ ଡୋରେ ଛନ୍ଦି 

    ନିଜେ ମାରନ୍ତାନି ବାଜି ।

ସତ୍ୟତା ଭିତରେ ଆଖି ତ ପକାଅ

    ବେଶୀ ଲୁଚି ଅଛି ମିଛ

ମିଛଟାରେ ଖାଲି ତୁଣ୍ଡେ କହୁଅଛି

     କହୁଛି ଜୀବନ ତୁଛ ।

ଭିତରେ ଭରିଛି ଅନେକ ସପନ

     ଅଛି ଆଶା ଅସୁମାରୀ 

ଉପରକୁ ଖାଲି କହୁଅଛି ମିଛେ

     ନୁହନ୍ତି କେହି କାହାରି ।

ଯଦି ଲୋଭ ରହି ନାହିଁ କାହା

     କାହିଁକି ଝଗଡା କରେ

ଉପରେ ଉପରେ ଭଲେଇ ହେଇଣ

     ଭିତରେ ସମ୍ପଦ ହରେ ।

ଝରାଇ ଦିଏ ସେ ଆଖିରେ ଶ୍ରାବଣ

      ଫଗୁଣ ଯାଅଇ ହଜି

ଫିକା ପଡିଯାଏ ଫଗୁର ଅବିର

     ଆଖି ଲୁହେ ଥାଏ ଭିଜି ।

ଭିଜି ଥାଏ ପଛେ ମୋର ମୋର କହେ

     କହେ ମୋର ପରିବାର

ସ୍ବାର୍ଥ ଲାଳସାରେ ସମ୍ପତ୍ତି ହରଇ

     କରେ ଚୋରା କାରବାର ।

ରାଜନୀତି ପାଠ ବଡ ତ ଗଭୀର

     ସତ୍ୟତା ପଡଇ ବଳି

ମିଛର ସାହାରେ ଚାଲୁଛି ଜଗତ

     ନିଜେ ତାହା ଯାଅ କଳି ।

ବିବାହ ସମୟେ ବୟସ ଲୁଚାନ୍ତି

    ସତ କୁହନ୍ତିନି କେବେ

ଭତ୍ତା ପାଇବର ସମୟ ଆସିଲେ

     ମିଛରେ ବଢାନ୍ତି ବେଗେ ।

ଚୋରୀ,ଦାରୀ, ନାରୀ ପାଖରେ ବହୁତ

     ଭରି ରହିଥାଏ ମିଛ

ନିଜ ରୋଜଗାର ଲୁଚାନ୍ତି ସଭିଁଏ 

    ନେଇ ଖାଉଥିବା ଲାଞ୍ଚ ।

ଅନ୍ୟର ଘରକୁ କ୍ଷଣିକେ ଭାଙ୍ଗନ୍ତି 

    ମିଛ ନାଲବାଲ କରି

ସହି ପାରନ୍ତି ନି କାହାର ସେ ଖ୍ୟାତି 

     କା' ସୁଖ ସମ୍ପଦ ଶିରି ।

ପୁରୁଷ ଅପେକ୍ଷା ନାରୀମାନେ ବେଶୀ

    ଈର୍ଷା ପରାୟଣ ହୋନ୍ତି

କିଏ ଯଦି କେବେ ଆଗକୁ ଯାଆନ୍ତି 

    ତା'ର ଶତ୍ରୁ ପାଲଟନ୍ତି 

ସହି ପାରନ୍ତିନି କାହାର ସେ ଯଶ

    ତାକୁ କଲେ ଅତିକ୍ରମ 

ଷଡଯନ୍ତ୍ର ହୀନ ଚକ୍ରାନ୍ତ କରିଣ

    କରି ଦିଏ ବଦନାମ ।

ସବୁ ଶାମୁକାରେ ମୋତି ତ ନଥାଏ

    ସବୁ ନାରୀ ସେହି ପରି

ନୁହଁନ୍ତି କୁତ୍ସିତ ବିକୃତ ମସ୍ତିଷ୍କ 

    ନୁହନ୍ତି ବି ଅହଂକାରୀ ।

ରାମାୟଣ ଅବା ଇତିହାସ ଦେଖ

    ଦେଖ ତ ପୁରାଣ ଶାସ୍ତ୍ର 

ପୁରଷ ଅପେକ୍ଷା ନାରୀମାନେ ବେଶୀ

    ସବୁଥିରେ ସିଦ୍ଧ ହସ୍ତ ।

ପୁଅ ଝିଅ ପଟା ପଟି ହେଲା ବେଳେ

     ସେଠି ଭରା ଥାଏ ମିଛ

ଉପରେ ଯାହା ସେ ସବୁ କହୁଥାଏ 

     ଲୁଚି ରହେ ସତ ପଛ ।

ସବୁ ଓଠେ ମିଛ ଭରି ରହି ଅଛି

    ମିଛେ ସବୁ ଧୁରନ୍ଧର 

କାହା ମିଛ ପୁଣି ସଂସାର ବଞ୍ଚଇ

    ମିଛରେ ଜଳେ ସଂସାର ।

ଏମିତି ସଂସାରେ କେହି ଜଣେ ନାହିଁ 

     ମିଛ ଜମା କହି ନାହିଁ 

ଧର୍ମରାଜ ଯୁଧିଷ୍ଠିର ଧର୍ମ ଯୁଦ୍ଧେ

    ମିଛ ବି ତ ଥିଲେ କହି ।

କାହା ମିଛେ ଯଦି ସତ୍ୟତା ଆସଇ

    ରହେ କାହାର ଜୀବନ

ସେହି ମିଛ କେବେ ପାପ ଆଣେ ନାହଁ 

    ପୂଣ୍ୟ ମାର୍ଗ ଉନ୍ମୋଚନ ।

ସନ୍ତାନ ସୁଖର ସପନର ପାଇଁ 

     ମାଆ ମିଛ କହୁଥାଏ

ନିଜ ମୁଣ୍ଡକୁ ସେ ଦୋଷ ନେଇ 

   ସନ୍ତାନେ ସୁରକ୍ଷା ଦିଏ ।

ମିଛକୁ ଲେଖିଲେ ଯୁଗ ସରି ଯିବ

    ସିଏ ସରିବନି ଜମା

ମିଛ ଯଦି ଥରେ ଆରମ୍ଭ ହୁଅଇ

    ରହେନି ଫୁଲଷ୍ଟପ୍ କମା ।

ଏଇ ଦୁନିଆରେ ମରିବାଟା ସତ

    ଆଉ ସବୁ ଅଟେ ମିଛ

ମିଛ ଦୁନିଆରେ ମିଛ ଅଭିନୟ 

   ମିଛର ସମ୍ପର୍କ ମିଛ ।



Rate this content
Log in

Similar oriya poem from Abstract