Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Niranjan Mishra

Abstract

4  

Niranjan Mishra

Abstract

ମର୍ଯ୍ୟାଦା ପୁରୁଷୋତ୍ତମ

ମର୍ଯ୍ୟାଦା ପୁରୁଷୋତ୍ତମ

2 mins
381


ରଘୁବଂଶ ଅବତଂଶ ରାମଚନ୍ଦ୍ର

ମର୍ଯ୍ୟାଦା ପୁରୁଷୋତ୍ତମ 

ଈକ୍ଷ୍ୱାକୁ କୁଳର ମଉଡମଣି ସେ

ବିଭୁ ପ୍ରଭୁ ରଘୁତ୍ତମ  ।


ସୂର୍ଯ୍ୟବଂଶୀ ରାଜା ଦଶରଥଙ୍କର

ଜ୍ୟେଷ୍ଠ ତନୟ ବୋଲାନ୍ତି 

ସ୍ବୟଂ ଭଗବାନ ନେଲେ ଅବତାର

ଦୁର୍ବାଦଳ ତନୁ କାନ୍ତି  ।


ପ୍ରଭାତରୁ ଉଠି ମାତା ପିତା ପଦେ

ନୁଆଁନ୍ତି ନିଜର ମଥା 

ସଭିଙ୍କୁ ଆନନ୍ଦ ଦେଇ ରଘୁନାଥ

ହୋଇଲେ ଜଗତଜିତା ।


ବିଶ୍ଵାମିତ୍ର ମୁନି ଯଜ୍ଞରକ୍ଷା ପାଇଁ

ନେଲେ ରାମ ଲକ୍ଷ୍ମଣଙ୍କୁ

ଧନୁର୍ବିଦ୍ୟା ଦେଲେ ଉଭୟେ ବଧିଲେ

ତାଡକା ଓ ସୁବାହୁଙ୍କୁ ।


ରାକ୍ଷସଙ୍କୁ ବଧି ଯଜ୍ଞ ରକ୍ଷା କଲେ

ସୀତା ସ୍ୱୟମ୍ବରେ ଗୁରୁ

ଚଳିଲେ ରାମ ଲକ୍ଷ୍ମଣେ ସଙ୍ଗେ ନେଲେ

ଜନକ ନିମନ୍ତ୍ରଣରୁ ।


ପୟର ଚାପନ୍ତି ବେନି ଭାଇ ରହି

ଗୁରୁ ବିଶ୍ଵାମିତ୍ରଙ୍କର

ମର୍ଯ୍ୟାଦା ପୁରୁଷୋତ୍ତମ ରାମ

ଧନୁ ଭାଙ୍ଗିଲେ ଧୂର୍ଜଟୀଙ୍କର ।


ସୀତା ବିଭା ହୋଇ ଫେରିବା ବାଟରେ

ପରଶୁରାମଙ୍କୁ ଜିଣି 

ଆସିଲେ ଅଯୋଧ୍ୟା ପ୍ରଭୁ ରଘୁତ୍ତମ

ସୁଖେ ଦିନ ଗଲା ପୁଣି ।


ପ୍ରାଣ ଯିବ ପଛେ ବଚନ ନ ଯିବ

ଏ ତ ରଘୁକୁଳ ରୀତି 

ପିତୃ ସତ୍ଯ ପାଳି ବନବାସୀ ରାମ

ସଙ୍ଗେ ନେଲେ ସୀତା ସତୀ।


ଲକ୍ଷ୍ମଣଙ୍କ ସହ ଚଉଦ ବରଷ

ବନବାସୀ ହେଲେ ରାମ 

ସ୍ବର୍ଗବାସୀ ହେଲେ ପିତା ଦଶରଥ

ଶୁଣି କଲେ କ୍ରିୟା କର୍ମ ।


ଦଣ୍ଡକାରଣ୍ୟରେ କରିଲେ ନିବାସ

ମାରିଲେ ସୁନାହରିଣ

ଛଳରେ ରାବଣ ଧରି ଯତି ରୂପ

କରିଲା ସୀତା ହରଣ।


ମର୍ଯ୍ୟାଦା ପୁରୁଷୋତ୍ତମ ରାମଚନ୍ଦ୍ର

ସୀତା ହରଣ ପୂର୍ବରୁ 

ପ୍ରିିୟପତି ସୁଖ ଦେଇ ତୋଷୁଥିଲେ

ଜଣା ତା ରାମାୟଣରୁ ।


ଜଟାୟୁଙ୍କ ମୁଖେ ଅଗ୍ନି ଦାନ କରି

ସମ୍ପାଦିଲେ ପୁତ୍ର କର୍ମ 

ପ୍ରଭୁ ରାମଚନ୍ଦ୍ର ପୁରୁଷ ଉତ୍ତମ

ଲୋକାଭିରାମ ଶ୍ରୀରାମ ।


ସୁଗ୍ରୀବଙ୍କ ସହ ମିତ୍ରତା ସ୍ଥାପିଲେ

ମିତ୍ର ପାଇଁ ବାଳି ବଧ

ବିଭୀଷଣେ ଦେଲେ ଶରଣ ଶ୍ରୀରାମ

ଚିନ୍ତିଲେ ରାବଣ ବଧ ।


ସମୁଦ୍ର ତରିଲେ ରାବଣ ମାରିଲେ

ବିଭୀଷଣେ ଲଙ୍କା ରାଜା

କରାଇ ସୀତାଙ୍କୁ ଅଗ୍ନି ପରୀକ୍ଷିତେ

ହେଲେ ଅଯୋଧ୍ୟାର ରାଜା ।


ଭରତଙ୍କୁ ସ୍ନେହ ଶରଧା ଦେଇ ସେ

ପାଦୁକାକୁ ଥିଲେ ଦେଇ 

ଲକ୍ଷ୍ମଣଙ୍କୁ ଯେତେ ସ୍ନେହ କରୁଥିଲେ

ପୁରାଣେ ତା ଅଛି ରହି ।


ରାମ ହେଲେ ରଜା ପାଳିଲେ ପରଜା

ମଣି ନିଜର ସନ୍ତାନ 

ପରଜା ରଞ୍ଜନ ବ୍ରତେ ହୋଇ ବ୍ରତୀ

ତେଜିଲେ ସୀତାଙ୍କୁ ବନ ।


ମର୍ଯ୍ୟାଦା ପୁରୁଷୋତ୍ତମ ରାମଚନ୍ଦ୍ର

ପ୍ରଭୁ ଆଦର୍ଶ ସନ୍ତାନ 

ଆଦର୍ଶ ଭ୍ରାତା ଆଦର୍ଶ ଜାମାତା ସେ

ଆଦର୍ଶ ବନ୍ଧୁ ସେ ଜାଣ ।


ଆଦର୍ଶ ରାଜନ ଧର ରାମ ନାମ

ଏ ଭବରୁ ହେବ ପାର

କହେ ନିରଞ୍ଜନ ମୁଁ ମୂଢ ଅଜ୍ଞାନ

ରାମ ମୋ ଜୀବନାଧାର ।


Rate this content
Log in

Similar oriya poem from Abstract