STORYMIRROR

Ranjulata Behera

Tragedy Crime

2  

Ranjulata Behera

Tragedy Crime

ଚିଠିଟିଏ ନିର୍ଭୟା ର

ଚିଠିଟିଏ ନିର୍ଭୟା ର

1 min
191


ମାଆ ବିଦେହେ ସିନା ନାହିଁ ଲୁହର ଧାର ହୃଦୟେ ଭରା କୋହ

ପଞ୍ଚଭୂତ ଶରୀର ଥାଆନ୍ତା ଯଦି ବକ୍ଷ ଫାଟି ଝରନ୍ତା ଲୁହ


ଯେ ଦିନ ସ୍ପର୍ଶିଲି ଧରାବକ୍ଷର ଭରିଥିଲା ଅସୁମାରୀ ସ୍ବପ୍ନ 

ସ୍ବପ୍ନ ସବୁ ପରିକଳ୍ପିତ ହୋଇଗଲା ଭାଙ୍ଗିଗଲା ମୋର ମନ

କେତେଆଶା,ଭରିଥିଲୁ ତୋ ମନେ ଷଠିବୁଢୀ ମୋ କାନେ

କହେ

ଚିରସ୍ରୋତା ଭଳି ତୋ ଆଶାୟୀ ହୃଦୟରେ ସାତସୁରରେ ବହେ ।


ଗର୍ଭସ୍ଥ ଜାତକ ମେଳକ ମୋର କାହିଁ କରି ନଥିଲୁ ଯେ ତୁହି

ଭଗ୍ନ ଜୀବନ ଭାଗ୍ୟଲେଖା ମୋର,ସ୍ବପ୍ନ ସଞ୍ଚାରି ନଥାନ୍ତି ମୁହିଁ 

ଫରୁଆଟିଏ ଗଢି ରଖିଲୁନି କାହିଁକି ମୋର ପ୍ରାଣ ପିଣ୍ଡକୁ

ଦେହରେ ସିନା ଲାଗିଲା ପାପ,ଛୁଇଁ ତ ନ ଥିଲା ମୋ ଏ ମନକୁ ।


ଆଜି ପରା ମହୀରେ ଆନ୍ତର୍ଜାତିକ ମହିଳା ପାଳନ ଦିବସ

କେକ,ତୋଡା,ବ୍ଯୋମଫଟା ଭାଷଣବାଜିରେ କରୁଛନ୍ତି ଅୟସ

କିନ୍ତୁ,ଏଠି ଇତିଶ୍ରୀ,ବେବିନା ମିଶି ଯନ୍ତ୍ରଣାରେ ନେଇଛୁ ଶପଥ

ଥରୁଟେ ଜନ୍ମଦେଲେ ଗଢିଦେବୁ ଏ ଧରାକୁ ସୈତାନ ମୁକ୍ତ ।

                            ଇତି

                      ତୋର .............



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy