ପୁରୁଣା ଚିଠି ବାପାଙ୍କ ଭେଟି
ରହିଛି ଆଜିବି ପଡି ପେଟି
ସମ୍ମାନ ଓ ସରାଗ ଦେଇଛି ଛାଟି
ବନ୍ଧନ ମୋ ପିତାଙ୍କର ପାରୁନି କାଟି
ସେଇସବୁ କଥା ଲେଖା ଗୋଟି ଗୋଟି
ମାନିଛି ବୋଲି ଡେଇଁଛି ପଥରୁ ଉଠି
ପଥର ପଡିଲେ ପତର ପରି ଲାଗିଛି କଥାଟି
ଆଜିକାଲି ପିତାମାତା ଲେଖୁନାହାଁନ୍ତି ଚିଠି
ଡାକିଆ ବି ଆସୁନାହିଁ ଶୁଭୁନି ସାଇକେଲ ଘଣ୍ଟି
ବୁଢା ବୁଢ଼ୀ କାନେ ବାଜେ ମୋବାଇଲି ଘଣ୍ଟି
ଟୋକା ଟୋକି ସଭିଏଁ ମୋବାଇଲ ପଛରେ ଛୁଟି
କିଏ ଲେଖିବ ପଢିବ କାହିଁକି ଚିଠି
ଚିଠି ଯୁଗ ଥିଲା କାଲି ଆଜି ନାହିଁଟି
ଭାବିଲେ ଲୁହ ଆସେ ଓଦା ଆଖି ପତାଟି
ମୋ ବାପାଙ୍କ ହାତ ଲେଖା ପଢ଼ିଟି
ଶିଖାଏ ଜୀଵନ ଗୀତି ଯାହା ଲେଖାଟି
ଅଛି ସ୍ନେହ ଶ୍ରଦ୍ଧା ଉପଦେଶ ମୁଠି
ନେଲେ ସାଉଁଟି ହେବ ଜଗତଜିତା ଏଠି
ଉପହାର ସବୁ ଭିତରେ ପଢେ ମୁଁ ଚିଠି
ସଂକୃତି ସମ୍ପର୍ଣ୍ଣ ହୋଇ ବଞ୍ଚିବା କଳା ଗୋଟି
ଶିଖାଇବା ପାଇଁ ରଖିଛି ଅମାନତ ମୋରଟି
କାହାକୁ ସମର୍ପି ଦେବି ସରିଲେ ମୋ ଛୁଟି
ଭାବିଛି ସବୁ ସନ୍ତାନ ଛାତ୍ର ଛାତ୍ରୀ ଗୋଟି ଗୋଟି
ପଢିବେ ଜଦି ପ୍ରକାଶିବି ଚିଠି ମୋର ଗ୍ରନ୍ଥକରିଟି
ଚିଠି ନୁହେଁ ପୁରୁଣା ବାସ ଛୁଟି ଫୁଟି ଲୋଟି
ଶିଖାଏ କେତେ ସଂସ୍କୃତି ଆପଣପଣେଟି