STORYMIRROR

Madhabi Patel

Romance

3  

Madhabi Patel

Romance

ଚିଠି

ଚିଠି

1 min
213

ମନର ଆବେଗ ହୃଦୟର ପିଡା

ଅନ୍ତର ତଳର କୋହ।

ତରଳ ତରଳ ପ୍ରେମର ଜୁଆର

ଢଳଢଳ ଆଖିଲୁହ।

ନବବଧୂଟିର ଅକୁହା ସଂଳାପ

କାଗଜରେ ଦେଇ କାଳି

ବିରହର ବାର୍ତ୍ତା ଆଙ୍କି ଦେଉଥିଲା

ଆବେଗରେ ଧରି ତୁଳୀ।

ମାଆର ମମତା ଭଉଣୀର ବାର୍ତ୍ତା

ବାପାର ଆଶିର୍ବାଦରେ।

ବନ୍ଧୁତ୍ବର ଛାପ ଆଙ୍କି ଯାଉଥିଲା

ଖଣ୍ଡେ ସାଦା କାଗଜରେ।

ଚିଠି ନୁହେଁ ସେତ ଅମୂଲ୍ୟ ସଂପଦ

ପ୍ରତିକ୍ଷାର ଅନ୍ତ ଖିଅ।

ସ୍ପର୍ଶ ଥରେ ତାକୁ କରିବାର ପାଇଁ

ଆବେଗର ହସ ଲୁହ।

ଅଶ୍ରୁହେଇ କେବେ ହସ ହେଇ କେବେ

ହୃଦୟରୁ ଯାଏ ଗଳି।

ଅଶାନ୍ତ ମନକୁ ସାନ୍ତ୍ୱନାଟିଏ ସେ

ଯେବେ ଯାଉଥିଲା ମିଳି।

ଆଜି ତା ସୁଆଦ ଆଉ ମିଳୁନାହିଁ

ଇଣ୍ଟରନେଟ୍ ମୋବାଇଲ୍ ରେ

ଭିଡିଓଚେଟ୍ ଆଜି ଦେଉନି ସେ ମଜା

ଯାହା ଥିଲା ଭାବନାରେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance