STORYMIRROR

rasmi maye pati

Inspirational

3  

rasmi maye pati

Inspirational

ଚିଠି।

ଚିଠି।

1 min
186


ରାଜଜେମା ବସି ଲେଖୁଅଛି ଚିଠି

  ଜାଡ ଶୀତ କଲମରେ

ମଗୁଶିର ହାତେ କରିବ ପ୍ରେରଣ

  ସବାରି ଚାଲେରେ ଧୀରେ।।।।


ଗେଣ୍ଡୁ ଡାଲିଆରେ ଗଜରା କରିଛି

  ସତେଜ ରଖିଚି ତାକୁ

ଶିଶିର ଟୋପାକୁ ସିଞ୍ଚନ କରୁଚି

  ଫୁଲ କୁ ଚମକି ବାକୁ।।।।


ଶୁଭ୍ର ରଙ୍ଗ ଝୋଟି ମୁରୁଜ ଆଙ୍କୁଚି

   ସବାରିର ଆଗେ ସଜା

ଘିଅ ଅନ୍ନ ଆଉ କ୍ଷୀରି କାକରା ରେ

 ବାଢ଼ୁ ଚି ନୈବେଦ୍ୟ ପୂଜା।।।।


ଶଙ୍ଖ ହୁଳହୁଳି କମ୍ପାଇ ଦଉଚି

  ଧରା ବକ୍ଷ କମ୍ପୁ ଅଛି

ମାତା ପଦ୍ମାଳୟା ମୋ ବକ୍ଷ ରେ ତୁମେ

  ଦିଅ ତୁମ ପଦ ଥାପି।।।।


ବସୁମତୀ ରାଣୀ ଲେଖୁଅଛି ଚିଠି

  ପାଇଗଲେ ପଦ୍ମାଳୟା

ଶୀତ ପାହାନ୍ତିରେ ଘନ କୁହୁଡିରେ

  କମ୍ପି ଯାଉଥିଲା ଧରା।।।।


ହୁଳହୁଳି ଶଙ୍ଖେ ଗଗନ କମ୍ପିଲା 

  ଆସିଲେ ମା ପଦ୍ମାଳୟା

କୋଟି ପ୍ରଣିପାତ ଘେନ ଜଗତ୍ମାତା

  ସର୍ବଦା ରଖୁଥ ଦୟା।।।



Rate this content
Log in

Similar oriya poem from Inspirational