ଚିତ୍ତେ ଚିନ୍ତ ଚିନ୍ତାମଣି
ଚିତ୍ତେ ଚିନ୍ତ ଚିନ୍ତାମଣି
ଚିତ୍ତେ ଚିନ୍ତ ଚିନ୍ତାମଣି ଚିନ୍ତାର ସାଗରେ
ମନେ ଭଜ ଜଗନ୍ନାଥ ସଂସାର ଜଞ୍ଜାଳେ ।
ପ୍ରଭାତୁ ଉଠି ଡାକିବ ହେ ନୀଳମାଧଵ
ପ୍ରତି ଜଞ୍ଜାଳରେ ମନ ତାର ପାଶେ ଥିବ ।
ସୁଖ ଦୁଃଖ ସମ ଭାବି ଆଦରିଣ ନେବ
ଜୀବନକୁ ସମର୍ପଣ ତା ପାଦେ କରିବ ।
ଲୋଭ ହିଂସା ପରବାଦ ମନୁ କରି ଦୂର
ସଦା ମନ ପ୍ରାଣ ଥିବ ତାହାର ପୟର ।
ଯୋଗ ଧ୍ୟାନ କଲେ ମନ ହୋଇବ ସ୍ଥିରତା
ଅଗାଧ ଜ୍ଞାନ ଭଣ୍ଡାର ଭରିବେ ବିଧାତା ।
ସେ ଜ୍ଞାନ ଲଭିଲେ ଚିତ୍ତ ସଦା ହେବ ତୋଷ
ମନୁ ଲୋଭ ହିଂସା ଦ୍ୱେଷ କ୍ଷଣେ ଯିବ ନାସ ।
ଧୀରେ ଧୀରେ ଏକାଗ୍ରତା ବଢାଇବ ମନେ
ଆନ କାଯ୍ୟେ ମନ ଦେଲେ ବିଚଳିତ ଯେହ୍ନେ ।
ସେତେବେଳେ ଲଭିବୁତୁ ହରିନାମ ରସ
ପାନ କଲା ଲୋକ ସିନା ଜାଣେ ତା ପରଶ ।
ଅଙ୍ଗୁର ନ ଖାଇ ଖଟା ଶିବା ତ କୁହଇ
ହରିନାମ ରସ ଭାଇ ମିଠା ତ ଲାଗଇ ।
ନ ଚାଖିଲା ଲୋକ କାହୁଁ ବୁଝିବ ସେ ଭେଦ
ଥଟ୍ଟା ମଜା କରି ପାଏ କେତେ ପରମାଦ ।
