STORYMIRROR

subrat kumar jena

Classics

4  

subrat kumar jena

Classics

ଚିତ୍ରସେନର ଚିତ୍ରସବୁ

ଚିତ୍ରସେନର ଚିତ୍ରସବୁ

1 min
383

ଏମିତିରେ କେବେ କେବେ ଚିତ୍ର ଆଙ୍କିବସେ ଚିତ୍ରସେନ,

ହାତରେ ତୂଳି ଓ ରଙ୍ଗ ଡବା ଧରି,

ଚିତ୍ରରେ ଚିତ୍ରରେ ତୋଳିଧରେ,

ଜୀବନର ସବୁ ରାଗ ରଙ୍ଗକୁ,

କେବେ ବିରହର ସାଗରରେ ଫୁଟାଇ ଦିଏ,

ଆଗାମୀ କାଲିର ଆଶାର ଉଦୟଗାମୀ ସୂର୍ଯ୍ୟକୁ,

କେବେ ପୁଣି ପ୍ରେମର ସଂଯୋଗରେ ବିରହର ମିଳନ,

ସେବି ହଜି ହଜାଏ ନିଜ ତୁଳୀର ସ୍ପର୍ଶରେ,

ତା ଚିତ୍ର କିନ୍ତୁ କୁହେ ଅନେକ କଥା,

ଖାଲିଯେ ଅନୁଭବର ତାହା ନୁହଁ,

ଚିତ୍ର ପରିପୃଷ୍ଟ ଇତିହାସ ଠୁ ଭୁଗୋଳର ପରିସୀମା ଯାଏ ।


ଅନେକ ବୁଝି ବି ଅବୁଝା ହୁଅନ୍ତି ତା ଚିତ୍ରଠି,

ଅନେକ କିନ୍ତୁ ଚାହିଁଥାନ୍ତି ଚାତକ ପରି,

ଜୀବନ ଦର୍ଶନର ସୁକ୍ଷ୍ମତମ କାରଣଟିକୁ ଖୋଜିବାକୁ ତାଠି,

ସେ ଆଜି ବିଶ୍ୱ ପ୍ରସିଦ୍ଧ ହୋଇପାରିନି,

ମୋନାଲିସାର ହସ ଆଜି କାହିଁ କେତେ ଆଦୃତ,

ସେ ବି ଖୋଜିବୁଲେନି ମାନ ମର୍ଯ୍ୟାଦା ,ଧନ ସମ୍ମାନ,

ଖାଲି ଯାହା ପ୍ରୟାସରତ ବଖାଣିବାକୁ,

ମୂକ ମୁଖରୁ ନିର୍ଗତ ନିରବତାର ଶବ୍ଦକୁ,

ପଥର ମୂର୍ତ୍ତିରେ ଦେଖାଯାଉନଥିବା ବେଦନାକୁ,

ଅନେକ ସୁଖ ଦୁଃଖର ମିଶ୍ରଣ ପର୍ବ ସବୁକୁ,

ତେଣିକି ସେ ଭୋକର ଭୁଗଳ ହେଉ କି,

କାମାନ୍ଧ ମାନଙ୍କ ଲୋଲୁପ ଦୃଷ୍ଟିରେ ଝିଅଟିର ଦେହର ଜ୍ୟାମିତି,

କେବେ ପୁଣି ଭଙ୍ଗା କୁଡ଼ିଆରେ ନିଆଶ୍ରୀର ଭାଗ୍ୟର ବନ୍ଧନକୁ,

ତେଣିକି ତାକୁ କିଏ ଭଲ ପାଉ ଅବା ନାହିଁ ।


ଆଜି କିନ୍ତୁ ଚିତ୍ରସେନ ବେସାହାରା,

ଅବିଶ୍ୱାସର ଅଗ୍ନିରେ ଜଳେ ପ୍ରତିକ୍ଷଣ,

ସବୁଠୁ ଅଧିକ ଭଲ ପାଉଥିବା ହୃଦୟଟି ଆଜି ବିଦ୍ରୋହୀ,

ଚିତ୍ର କରୁ କରୁ ସେବି ଆଜି ଗୋଟେ ଫ୍ରେମରେ ବନ୍ଧା,

ରଙ୍ଗ ଆଉ ତୂଳି ଖେତେଇ ହୁଅନ୍ତି ତାଆଗେ,

ଦେଖେଇ ସେକେଇ କୁହନ୍ତି,

ଆରେ କଣ ଜିତିଗଲୁ ପ୍ରଜାପତିଠୁ ରଙ୍ଗ ଆଣିବାରେ,

ସାରା ଆକାଶକୁ ରଙ୍ଗରେ ବାନ୍ଧିବାର ନିଶାରେ,

ସମ୍ପର୍କର ସୁତାଖିଆକୁ ସମୁଦ୍ରରେ ଖୋଜିବାରେ,

ବରଂ ଭଲ ହେବ ଫେରିଯା ତୋର ଅତୀତକୁ,

ଇନ୍ଦ୍ରଧନୁକୁ ଫେରାଇ ଦେ ସବୁ ରଙ୍ଗକୁ,

ଜେତିକି ପାଇଛୁ ସେତିକରେ ହୋଇଯାତୁ ଖୁସି,

ଭୁଲିଯା ତୁ ତୋର ଚିତ୍ର ଆଙ୍କିବାର ଶୈଳୀକୁ

ହେଲେ ଚିତ୍ରସେନ ଏକା ଜାଣେ ତାଲାଗି ଚିତ୍ରର ମହତ୍ତ୍ୱ,

କେମିତି ଛାଡିବ ଚିତ୍ର ଚିତ୍ରସେନକୁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics