ଚିତ୍ରିଣୀ ଗୋ ତୁମେ
ଚିତ୍ରିଣୀ ଗୋ ତୁମେ
ତୁମ ପରଶର ମହୁଲି ନିଶାରେ
ମନ ହୁଏ ଆନମନା ,
ଲବଣୀରେ ଗଢା ତୁମ ତନୁ ଲତା
ତୁମେହିଁ ଚିର ଯୌବନା ।
ଚାହାଣୀରେ ତୁମ ମାଦକ ଭରିଛି
କଣ୍ଠରେ କୋଇଲି ତାନ ,
ନାଲି ଅଳତାରେ ପାଦର ପାଉଁଜି
ଶବଦେ ଝୁମଇଁ ମନ ।
ହରିଣୀ ଚାଲିରେ ଚପଳା ଚମକେ
ତୁମେ'ତ ଜଗତଜିତା ,
ସତେକି ଯେମିତି ଅଟକି ଯାଇଛି
ଯୌବନର ଉଦ୍ଦାମତା ।
ଆ'ଗୋ ସୁନା ଗୋରୀ ତନୁକୁ ପଖାଳି
ପିନ୍ଧିଅଛ ଝୀନବାସ ,
ରୂପେଲି ଜ୍ୟୋସ୍ନାରେ କବରୀରେ ତୁମ
ଲୋଟିଅଛି ଘନ କେଶ ।
କିଏସେ ବୋଳିଛି ତନୁରେ ତୁମରି
ଇନ୍ଦ୍ରଧନୁ ରଙ୍ଗ ଛିଟା ,
ଆ'ଗୋ ସୁକୁମାରୀ ଚିତ୍ରିଣୀ ଗୋ' ତୁମେ
ତୁମେ ହିଁ ଚିର ଇପ୍ସିତା ।

