ଚିତ୍ର ଚରିତ - 75 : କବିତା: : ଆହାର
ଚିତ୍ର ଚରିତ - 75 : କବିତା: : ଆହାର
ଆମରି ଇନ୍ଦ୍ରିୟ ଆହାର ନିଅନ୍ତି ସ୍ଵାଦପାଇଁ ସେ ବ୍ୟାକୁଳ,
ଲୋଭବଶେ ଗଲେ ଆହାର ସ୍ଥାନଟି ଥାଏ ବିପଦ ସଂକୁଳ |
ଆଖିଖୋଜେ କିଛି ଲୋଭନୀୟ ଚିଜ ଦେଖୁଥିବ ନିତିନିତି,
କାନକହେ ସଦା ସୁଖକର କଥା ଶୁଣିବି ମଧୁର ଗୀତି |
ନାକକହେ ମୁହିଁ ସୁଗନ୍ଧ ପାଇଲେ ମତୁଆଲା ହେଉଥିବି,
ଚର୍ମକହେ ଖାଲି କୋମଳ ପରଶ ପାଇଲେ ସୁଖୀ ହୋଇବି |
ଜିଭକହେ ଦିଅ ସୁସ୍ଵାଦୁ ଭୋଜନ ସେଥିରେ ହୋଇବି ତୃପ୍ତ,
ଯେତେ ମିଳିଲେ ବି ଇନ୍ଦ୍ରିୟମାନେ ତ କେବେ ହୁଅନ୍ତିନି ଶାନ୍ତ |
ଵିଵେକୀ ମଣିଷ ଇନ୍ଦ୍ରିୟମାନଙ୍କୁ ସଂଯମୀ କରି ପାରିବେ,
ଇନ୍ଦ୍ରିୟମାନେ ହିଁ ପ୍ରାଣୀର ଅମୁଲ୍ୟ ଜୀବନକୁ ନେଇଯିବେ |
