STORYMIRROR

KRUTIBAS NAYAK

Classics Inspirational

3  

KRUTIBAS NAYAK

Classics Inspirational

ଚିତ୍ର ଚରିତ - 74 : କବିତା : ଜୀବନର ଉପଚାର

ଚିତ୍ର ଚରିତ - 74 : କବିତା : ଜୀବନର ଉପଚାର

1 min
244

ଯଜ୍ଞ ହୋମ କର୍ମ ମାଧ୍ୟମରେ ହୁଏ ପୂଜା ଅଷ୍ଟ ଉପଚାର,

ମହାମନା ମୁନି-ଋଷି ଖଞ୍ଜିଛନ୍ତି କରିବାକୁ ସୁସଂସ୍କାର |


ପ୍ରତ୍ୟେକ ପୂଜାରେ-ମନ୍ଦିର-ପର୍ବରେ ଅଷ୍ଟ ଉପଚାର ଥାଏ,

ପଞ୍ଚତତ୍ତ୍ୱ ସହ ମନ-ବୁଦ୍ଧି ଆଉ ଅହଂକାର ଦାନ ହୁଏ |


ଧୂପ-ଦୀପ ଅଗ୍ନି ଫୁଲଫଳ ମାଟି ଶଙ୍ଖେ ଜଳତତ୍ତ୍ୱ ଥାଏ,

ଘଣ୍ଟ-ଘଣ୍ଟି ଶବ୍ଦ ଆକାଶର ତତ୍ତ୍ୱ ଶଙ୍ଖଧ୍ୱନି ବାୟୁ ବହେ |


ପଞ୍ଚତତ୍ତ୍ୱ ଦ୍ୱାରା ଶରୀର ଆମର ଗଢ଼ା ବୋଲି ଆମେ ଜାଣୁ,

ପ୍ରତୀକ ଭାବରେ ଶ୍ରଦ୍ଧା-ଭକ୍ତିଭରେ ଦାନକୁ ଉଚିତ ମଣୁ |


ମନ-ବୁଦ୍ଧି ଦୁଇ ସମର୍ପିଲେ ସିନା ନିର୍ମଳ ହେଉଛି ପ୍ରାଣ,

ଅହଂକାର ଭାବ ସମର୍ପିଲେ ପୁଣି ଶାନ୍ତ ହୋଇଯାଏ ମନ |



Rate this content
Log in

Similar oriya poem from Classics