STORYMIRROR

Satyanarayan Sahoo

Horror Tragedy Crime

4  

Satyanarayan Sahoo

Horror Tragedy Crime

ଚିରିକୁଣିର ସନ୍ଧାନ

ଚିରିକୁଣିର ସନ୍ଧାନ

1 min
347


ବିଲ ବନ ମଧ୍ୟେ ଅପନ୍ତରା ସ୍ଥାନ

କୋଳରେ ରହଇ କିଏ

କେ ଜାଣେ କିପାଇଁ କି ଉଦ୍ଧେଶ୍ୟ ନେଇ 

ଯାଉଛି ସିଏ ମନ୍ଦିରରେ ।


ପୂଜା ପର୍ବ ପରେ ପ୍ରତି ସଂଧ୍ୟା ବେଳେ

ଅଚାନକ ଆକ୍ରମଣ

କରେ ଭକତଙ୍କୁ ପୂଜା ପାଇଁ ଯେତେ

ସେ ପଥେ ଯାଆନ୍ତି ଜନ ।


ଅଦ୍ଭୂତ ଜୀବଟି କିଏ ହୋଇ ଥିବ 

କେଜାଣୀ କିଏ ଦେଖିଛି

ଚୋର, ଖଣ୍ଟ , ଅବା ଦସ୍ୟୁ ଇତ୍ୟାଦି କି

ଭୁତ ପ୍ରେତ ବା ଡାହାଣୀ ।


ଚକିତ ରହସ୍ୟ ରୋମାଞ୍ଚ ସଞ୍ଚାର

ବର୍ଣ୍ଣନା ଅତି ରଞ୍ଜକ

ଦେଖିଲେ ଟି ସିନା ଜାଣି ବି ଘଟଣା

ମିଥ୍ୟା କିବା ଅଟେ ସତ ।


ଉତ୍କଟ ଦୁର୍ଗନ୍ଧ ବାହାରୁଥିବାର

ତାହାର କୋମଳ ଦେହୁ

କୁହା ଯାଏ ସତ ଘଟଣା ଆଜି କି

ପାଟି ର ଭିତରେ ସେହୁ ।


ଦୀପ ଜାଳି ଚାଲେ ଦୂରରୁ ଦେଖିଲେ

ପ୍ରାଣ ଛାଡି ଯାଏ ସତ

ବେଶ, ବାସ , ଭୂଷା ସଜ ହୋଇ ଥାଏ

ରକ୍ତ ଛିଟା ଆଉ ଝୋଟ ।


ଯାହାକୁ ଯେପରି ଦିଶେ ସେ , ସେ ପରି

ବର୍ଣ୍ଣନା କରି ଅପର

ପାଖ ରେ ବଖାଣି ମନ ପ୍ରାଣ କିଣି

କରାଏ ଭୟ ସଞ୍ଚାର ।


ଅନ୍ଧକାର ଭିତରେ କିଛି ଅନୁମାନ

କରି ତ ନୁହଇ କେବେ  

ସନ୍ଦେହ ଆଣଇ ସେହି ଅପରାଧୀ

କିଏ ହୋଇ ଥିବ ସତେ ।


ଏତେ ବିଚାରି କି ଦିନେ ଜନେ ଛପି

ଧରିଲେ ତାହାକୁ ଲୁଚି

ଅତି ଆଚମ୍ବିତ ଚକିତ ହୋଇଲେ

ନିତେଇ ବୁଢ଼ୀ କୁ ଦେଖି ।


ଅନ୍ଧାର ରାତିରେ ପୂଜା ବାହାନାରେ

ସାଜି ସେହି ଚିରି କୁଣି

ଉଭା ହୋଇ ପଥେ ଅଦ୍ଭୂତ ରୂପରେ

ଡରାଏ ବୋଲି ମୁଁ ଜାଣି ।


ସ୍ବପ୍ନ ରେ ସୁଦ୍ଧା ଭାବି ନଥିଲେ କେ

ଏଇ ଅଜବ ଘଟଣା

ଜାଣି ଯିବା ପରେ ଏହାକୁ ଚ୍ୟାଲେଞ୍ଜ

କରି ମନ ହେଲା ଊଣା ।



Rate this content
Log in

Similar oriya poem from Horror