STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

ଚିନ୍ତା

ଚିନ୍ତା

1 min
238

ଗୃହସ୍ଥ ଜୀବନ ଅତି ଭୟଙ୍କର 

  ସୀମା ନାହିଁ ତାର କିଛି,

ସମସ୍ୟା ଆସେଟି ରୂପରେ ବିଭିନ୍ନ

  ହୁଏ ନାହିଁ ଶୀଘ୍ରେ ବାଛି।


ଚିନ୍ତାର ସାଗର ଜୁଆର ଯାହାର

  କଷ୍ଟ ଦେଉ ଥାଏ ନିତି,

ଘନେ ଘନେ ଉଠେ ନାହିଁରେ ବିଶ୍ରାମ

  କରେ ସେ ଚିନ୍ତିତ ଅତି।


ଗୃହ ତାର ଯହିଁ ସୁଖରେ ରହିବ

  କର୍ମକ୍ଷେତ୍ରେ ଥାଏ ରହି,

କରିବ ଶିକ୍ଷିତ ସନ୍ତାନେ ତାହାର

  ଉପାର୍ଜନେ ଥାଏ ରହି।


ସନ୍ତାନ ବିବାହେ ଟଙ୍କା ଦରକାର

  ଚିନ୍ତାର ଉଦୟ ତହିଁ,

ଗୃହ ଆବଶ୍ୟକ ପୂରଣ ନିମନ୍ତେ

  ବିଶ୍ରାମ ଜୀବନେ ନାହିଁ।


କଷ୍ଟ ହେଉ ନାହିଁ ପିତୃମାତୃଙ୍କର

  ପତ୍ନୀକୁ କୁହେ ସର୍ବଦା,

ଅଭାବ ନରହୁ ବୃଦ୍ଧ ବୟସରେ

  ଧ୍ୟାନରେ ରଖ ସର୍ବଦା।


ହୃଦେ ରାଷ୍ଟ୍ର ଚିନ୍ତା ଗୁଞ୍ଜେ ଅନୁକ୍ଷଣେ

  କର୍ତ୍ତବ୍ୟ ବୁଝିଣ କରେ,

ଜନ କଲ୍ୟାଣରେ ସମର୍ପଣ ପ୍ରାଣ

  ନିତ୍ୟେ ଜନସେବା ଧରେ।


ରାଷ୍ଟ୍ରର ଗୌରବେ ଆନନ୍ଦ ଅପାର

  ରାଷ୍ଟ୍ର ପ୍ରତି ପ୍ରେମ ଯାର,

ଚିନ୍ତାଟି ତାହାର ଆତ୍ମନିର୍ଭରଟି

   ପ୍ରୟାସରେ ନିରନ୍ତର।


ଆତ୍ମବିଶ୍ବାସରେ ସରୋବର ହୋଇ

  କରେ ରାଷ୍ଟ୍ରହିତେ କାର୍ଯ୍ୟ,

ଖୁସି ଓ ସମ୍ପନ୍ନ ଗୃହେ ଆଣି ଦିଏ

  ହୋଇ କର୍ମଯୋଗୀ କାର୍ଯ୍ୟ।


ଚିନ୍ତାର ତାଣ୍ଡବେ ସତ୍ୟ ଛାଡେ ନାହିଁ

   ଥାଏ ରହି ଧର୍ମପଥେ,

ବହିଷ୍କାର କରେ ଚିନ୍ତାର ଅମ୍ବାର

   ଜଗାଭକ୍ତି ରଖେ ପଥେ।


ଜଗାର ଉତ୍ପତ୍ତି ଚରାଚର ଧାମ

  ଚିନ୍ତାତ ଜନ ପ୍ରବୃତ୍ତି,

ତ୍ୟାଗ ଶ୍ରଦ୍ଧା ପ୍ରୀତି ମନୁଷ୍ୟେ ଭୂଷିତ

  ସବୁତ ପ୍ରଭୁ ଉତ୍ପତ୍ତି।


ଚିନ୍ତା ଛାଡ଼ ଭାଇ ନାହିଁ ପ୍ରଯୋଜକ

  ନାହିଁ ମୂଲ୍ୟ ତାର କିଛି,

କର୍ମର ନିମନ୍ତେ କର୍ମ ଜ୍ଞାନ ତୋର

  ଆଣ କର୍ମପଥେ ବାଛି।


ଚିନ୍ତାଟି ତାହାର ଜଗନ୍ନାଥେ ଥାଉ

  ଚିନ୍ତା କୃଷ୍ଣ ରାମେ ପ୍ରୀତି,

ଚିନ୍ତାର ସାଗରେ କିମ୍ପାରେ ଜଡ଼ିତ

  ରଖ କର୍ମ ପଥ ନିତି।


ଅସମ୍ଭବ ସବୁ ସମ୍ଭବ ହୋଇବ

  ଏହୁ ଗୀତ ଜ୍ଞାନ ପରା,

କର୍ମ ଶେଷ ହେଲେ ଯାତ୍ରା ସରି ଯିବ

  ଜୀବନ ସେଥିରେ ପରା।


ହେବ ସମାଧାନ ଜୀବନେ ତାହାର

  ହୃଦେ କର୍ମ ଜ୍ଞାନ ଥିଲେ,

ଗୃହ କାର୍ଯ୍ୟ ସବୁ ପୂରଣ ହୋଇବ

  ନିତ୍ୟେ ପ୍ରଭୁ ଭକ୍ତି ଥିଲେ।


ଚିନ୍ତା ଛାଡି ଭାଇ ଭଜ କୃଷ୍ଣ ରାମ

  କର ଜଗନ୍ନାଥେ ଭକ୍ତି,

କର୍ମ ଜ୍ଞାନ ବଳୁ ହୋଇବୁ ସଫଳ

  ରଖ ପ୍ରେମ ତ୍ୟାଗ ଭକ୍ତି।


ବ୍ରହ୍ମାଣ୍ଡର ସୃଷ୍ଟି କର୍ମ ପାଇଁ ପରା

  ସତ୍ୟ ଏହୁ ଚିରନ୍ତନ, 

ମନୁଷ୍ୟର ସୃଷ୍ଟି ଧର୍ମ କର୍ମ ପାଇଁ ପରା

  ରହୁ କର୍ମ ପାଇଁ ଧ୍ୟାନ। 


ଚିନ୍ତା ରୂପା ରୋଗ ତିଳାଞ୍ଜଳି କର

  ଲାଭ ତ ତାହାରେ ନାହିଁ,

ସତ୍ୟ ନ୍ୟାୟ ମନ୍ତ୍ର କରିଣ ଧାରଣ

  ରୁହ କର୍ମପଥ ଚାହିଁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract