STORYMIRROR

Tapan Kumar Biswal

Tragedy Inspirational Thriller

4  

Tapan Kumar Biswal

Tragedy Inspirational Thriller

ଚିକିତ୍ସା

ଚିକିତ୍ସା

1 min
23.5K

ଅନାଦି କାଳରୁ ଗଢି ଉଠିଛି ସୃଷ୍ଟି

କେତ ବୃକ୍ଷ ଲତା ପାହାଡ଼ ଜଙ୍ଗଲ 

ଜୀବ ଜନ୍ତୁ ଓ ମାନବ ସମାଜ


ଗଢିଉଠିଥିଲା ବେଦ ଉପନିଷଦ

ପୁରାଣ ଓ ଶାସ୍ତ୍ର

ତନ୍ମଧ୍ୟରୁ ଆମ ଚିକିତ୍ସା ଶାସ୍ତ୍ରର

ଅବଦାନ ଅତୁଳନୀୟ


ଆଜିର ଆଧୁନିକ ସମାଜ

ଆଜିବି ଏହାକୁ ସ୍ବୀକାର କରେ

ବିଜ୍ଞାନ ଆଜି ମଧ୍ୟ

ଅନୁସରଣ କରେ ଏହାକୁ


ବିଜ୍ଞାନ ଯେଉଁ ଚିକିତ୍ସା ପଦ୍ଧତି

ଖୋଜି ଖୋଜି ପାଇଁ ନାହିଁ

କିନ୍ତୁ ତାହାର ନିରାକରଣ ପଦ୍ଧତି

ବର୍ଣ୍ଣିତ ହୋଇଛି ଆମ ପ୍ରାଚୀନ କାଳର

ଚିକିତ୍ସା ପଦ୍ଧତି ରେ

ଏହାହିଁ ସତ୍ୟ


ଏହା ଆମପାଇଁ ଗୌରବର କଥା

ଆମ ପ୍ରାଚୀନ କାଳର ମୁନିଋଷି ମାନଙ୍କ

ବର୍ଷ ବର୍ଷ ଧରି ପରିଶ୍ରମର ଫଳ

ଯାହାର ଲାଭ ସାରା ବିଶ୍ୱକୁ 

ମିଳୁଛି ଏବଂ ମିଳିବ ମଧ୍ୟ


କେବେ କେହି ଏହାକୁ ଅସ୍ୱୀକାର

କରିପାରେ ନାହିଁ

କେହି କେହି ମଧ୍ଯ ଏହାକୁ

ଆୟୁର୍ବେଦିକ ବୋଲି କୁହନ୍ତି 

ଯାହା ଏବେ ମଧ୍ୟ ଉପଲବ୍ଧ


ନିଶ୍ଚିତ ଭାବେ ଆଧୁନିକ ଯୁଗରେ

ଚିକିତ୍ସା ପଦ୍ଧତିର ଉନ୍ନତି ହୋଇଛି ନିଶ୍ଚେ

କିନ୍ତୁ ଏଥିରେ ସନ୍ଦେହ ନାହିଁ 

ଏସବୁ ଆଗରୁ ଥିଲା

କିନ୍ତୁ ଟିକେ ପରିବର୍ତ୍ତନ ହୋଇଛି 

ବିଭାଜନ ହୋଇଛି ଲୋକ ମାନଙ୍କ

ସୁବିଧା ନିମନ୍ତେ


ଏ ସବୁ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ

ରହିଛି ବୈଦ୍ୟ ଚିକିତ୍ସକ ଡାକ୍ତର ମାନଙ୍କ

ସଠିକ ଭାବରେ ରୋଗ ନିର୍ଣ୍ଣୟ କରି

ସଚେତନ କରନ୍ତି ସୁସ୍ଥ କରନ୍ତି ରୋଗୀ କୁ

ଉପଯୁକ୍ତ ଚିକିତ୍ସା ମାଧ୍ୟମରେ

ସେଥିପାଇଁ ତ ସେମାନେ ଭଗବାନ ଅବତାର

ବା ଦ୍ୱିତୀୟ ଭଗବାନ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy