STORYMIRROR

Kabiratna Nutan Kumar Behera

Tragedy Crime Thriller

3  

Kabiratna Nutan Kumar Behera

Tragedy Crime Thriller

ଚିହ୍ନା ମଣିଷର ଅଚିହ୍ନା ରୂପ

ଚିହ୍ନା ମଣିଷର ଅଚିହ୍ନା ରୂପ

1 min
195

ଚିହ୍ନା ମଣିଷର ଅଚିହ୍ନା ରୂପ

ଦେଖି ବେଳେ ବେଳେ

ଲାଗେ ଭାରି ଆଶ୍ଚର୍ଯ୍ୟ ହେଉ ଚକିତ

ସତରେ କ'ଣ ସେ କରିପାରେ

ନିର୍ମମ ନିଷ୍ଠୁର ଜଘନ୍ୟ ବୀଭତ୍ସ କାଣ୍ଡ

ଶାନ୍ତ ସରଳ ଚେହେରା ତଳେ

ଛପିଥିଲା ଛଦ୍ମବେଶର ହୀନ ପ୍ରବୃତ୍ତି

ମନ କହେ ବିଶ୍ଵାସର ମଣିଷ ବି

ଦେଇପାରେ ବିଶ୍ଵାସରେ ବିଷ

ଏତେ ଘନିଷ୍ଠତା ଏତେ ଆତ୍ମୀୟତାର

ପବିତ୍ର ସମ୍ପର୍କ ମଧ୍ୟ ହୋଇଯାଏ

କେମିତି ଅବାଞ୍ଛିତ ନୈରାଶ୍ୟଜନକ

ଭୁଲ୍ ରହିଲା ତା'ର କେଉଁଠି

ତେବେ ମଣିଷ ବଞ୍ଚି ରହିବ କିପରି

କାହାକୁ କରିବ ସେ ଭରସା 

ସମାଜ ତିଷ୍ଠି ରହେ ସହଯୋଗରେ

ସାହାଯ୍ୟ ସହାନୁଭୂତି ସମ୍ଵେଦନା

ନ ରହିଲେ ମଣିଷ ମଣିଷ ଭିତରେ

ଦେଖାଯାଏ ଏମିତି କିଛି ଅଘଟଣ

ମଣିଷ ପାଲଟିଯାଏ ପଶୁଠୁ ବି ହୀନ

ମାଆ ସାଜେ ମାୟାବିନୀ ରାକ୍ଷସୀ

ପିତା ହୁଏ ପ୍ରାଣର ହନ୍ତା ଘାତକ

ଭାଇ ହୁଏ ଭଗାରୀ ପରମ ଶତ୍ରୁ

ପୁଣି ଅତି ପରିଚିତ ଘନିଷ୍ଠ ପ୍ରିୟବନ୍ଧୁ

ହୁଏ ବେଇମାନ ବିଶ୍ଵାସଘାତକ ପ୍ରତାରକ

ଚିହ୍ନା ମଣିଷର ଅଚିହ୍ନା ରୂପ

ଭାଗ୍ୟରେ ଆଣିଦିଏ ବିଡ଼ମ୍ବନା

ଆଶୀର୍ବାଦ ରୂପାନ୍ତରିତ ହୁଏ ଅଭିଶାପରେ

ରହେନା ଶାନ୍ତି ଶୃଙ୍ଖଳାର କିଛି ମୂଲ୍ୟ

ସବୁ ଲାଗେ ହେୟ ତୁଚ୍ଛ ମିଛ

ଅଜବ ଦୁନିଆଁର କି ବିଚିତ୍ର ଦୃଶ୍ୟ

ମଣିଷ ବି ହୁଏ କ୍ରୂର ହିଂସ୍ର ଭୟଙ୍କର

ସୃଷ୍ଟି କରେ ଅପରାଧ ଜଗତ 

କାହିଁ ତାର ସେ ଦେବ ସୁଲଭ ଗୁଣ

ସ୍ନେହ ଶ୍ରଦ୍ଧା ମମତାର ଅମୃତ

ଶାନ୍ତି ମୈତ୍ରୀ ପ୍ରଗତିର ମହାମନ୍ତ୍ର

ସବୁ କ'ଣ ଧ୍ଵଂସର କାରଣ

ଏ ବଞ୍ଚିବାର ପ୍ରାୟାସ ପ୍ରଯତ୍ନ

ନା ମରିବା ମାରିବାର କୁଟ କପଟତା

ହୀନ ଚକ୍ରାନ୍ତର ଷଡ଼ଯନ୍ତ୍ର

କରିଦିଏ ଚେତନଶୀଳ ମଣିଷକୁ

ନିର୍ବାକ୍ ନିଃସ୍ପନ୍ଦ ସ୍ଥାଣୁ ପାଷାଣ

ଚିହ୍ନା ମଣିଷର ଏ ଅଚିହ୍ନା ରୂପ...। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy