ସେଇ ଚିହ୍ନା ସ୍ମୃତି କେତେ ଚିତ୍ରଗୀତି
ମନ ତଳ ଚଇତି ବୈଶାଖି ଝାଞ୍ଜିରେ ପୋତି
ପୁଣି ଉଠେ ଚେଇଁ ଛନକା ହୋଇ
ଡହଳ ବିକଳ ହୁଏ ଓଦା ମନ ନିତି
ଆକାଶର ଚାନ୍ଦ ସଙ୍ଗେ ନୀଳକଇଁ ପ୍ରୀତି
ଧରାକୁ ଶ୍ରାବଣ ଚିଠି ଲେଖେ ଯେମିତି
କୁଆଁତାରା ଉଇଁ ଦିଏ ଚିହ୍ନେଇ ତାତି ଭୀତି
ପୁଣି ସ୍ମୃତିର ଗଜରା ନିତି ପ୍ରତି ଉଠେ ମାତି
ଅନମନା ହୁଏ ମନ ପ୍ରଜାପତି
ମନେ ଜାଗେ ପ୍ରାପ୍ତି ତୃପ୍ତି ଉଭେଇ ଆଶାନ୍ତି
ନିତି ନିତି ଆସେ ଛପି ଛପି ବାସନ୍ତୀ ରାତି
କହେ ଆ ଯିବା ସାଥି ଦୂରେ ଜହ୍ନ ରାତି
ଚଇତି ମାଗୁଛି ପ୍ରୀତି ହାଲକା ଏ ମନେ ସ୍ମୃତି
ସ୍ମୃତିରେ ପ୍ରୀତି ସ୍ମୃତିରେ ଗୀତି ପୁଣି ଜାଗାଏ ଭୀତି
ପଙ୍କରୁ ପଦ୍ମଜ ଚିରି ସବୁ ଦିନ ଆସେ ଫେରି ଚଇତି
ସେଇ ଚଇତି ପୁଣି ମାତି ମନ ପଡେ ପ୍ରୀତି ମୈତ୍ରୀ
ନୀଳ ନୀଳ ସେଇ ନୀଳ ଚଇତିର ଏତେ ସବୁ କରାମତି
ଚୋରା ପୀରତି ଆଣିବ ଭୀତି ରଖିକି ପାରିବ କତି
ଏମିତି ସ୍ମୃତି ଆଣେ ଚଇତି ନିତି ଛାତି ହୋଇ କରତି
କଡ଼ଲେଉଟାଇ ଜାଗୃତି ଉପସ୍ଥିତି ଓ ଏବେକା ସ୍ଥିତି
ରହିଯା ଅଧୁରା ଚଇତି ମନ ଉଠେ ମାତି
ଦେଖିବୁ ଯଦି ପ୍ରୀତି ମୈତ୍ରୀ ସ୍ପୁର୍ତ୍ତି ଉଠି କର ପ୍ରଣତି
ସବୁଦିନ ନାହିଁ ଚାନ୍ଦିନୀ ରାତି ସବୁ ମନ ଏକା ଉଠେନା ମାତି
ଅନ୍ୟମନସ୍କ କରାଏ ଚୋରା ଚଇତି
ଅତିରୁ ହୋଇବ ଇତି ନିତି ଦିନ ରାତି ସମ୍ପୃକ୍ତି