ଛତ୍ରପତି
ଛତ୍ରପତି
ଆଭଜି ପଡିଥିବ ମୋର ପ୍ରୀୟା
ଚୂର୍ଣ୍ଣ କୁନ୍ତଳ ଛୁଇଁଥିବ ମୋ ହିୟା
ଅଳପ ଲାଜରେ
ଅଳପ ହସରେ
ପ୍ରେମ ବାସୁଥିବ ଚନ୍ଦନ ଚର୍ଚ୍ଚିତ କାୟା ।
ନାକରେ ବାଜୁଥିବ ଗଦ୍ଭା ଗଜରା
ମନ ମଗଜ ଚାଟୁଥିବ ମିଠା ସର୍କରା
ମହମହ ବାସରେ
ମହକିତ ପର୍ବରେ
ମଦନ ବିନ୍ଧୁଥିବ କେଳି କଦମ୍ବ ହେବ ପରା ।
ହୁଗୁଳା ହେଉଥିବ ବସ୍ତ୍ର ପରିଧାନ
ଗାଲ କପାଳେ ଝାଳଟୋପା କନକନ
ଖରଖର ନିଃଶ୍ୱାସ
ଥର ଥର ପ୍ରଶ୍ଵାସ
ଛାଡି ଦୁଲୁକେଇ ଭଠୁଥିବ ବେପଥୁ କମ୍ପନ ।
ମୁଦ୍ରିତ ଲୋଚନ ଭାଲେ କୋମଳ ହସ
ଚିବୁକ ଛୁଇଁ ଧାଉଁଥିବ ମୁରୁକି ରାସ
ଲମ୍ବା ଲମ୍ବା ହାଇ
ହାତ ମୁଁହରେ ଥୋଇ
ଲାଜ ଦୋଳି ଖେଳୁଥିବ ବୟସ ଅଧିବାସ ।
ମୁକୁଳା ଫୁଟିଲା ଗୋଲାପି ଓଠଫାଳ
ତଳ ଉପର ଭିଡ଼ା ଭିଡ଼ି ଜିଭ ତଳ
ଖୋଲା ନିମନ୍ତ୍ରଣ
ମେଲା ଆମନ୍ତ୍ରଣ
ରକ୍ତ ଅଧର ଚୁମିବାକୁ ଚଳ ଚଞ୍ଚଳ ।
ରମଣୀ ରଞ୍ଜନ ମିଳିବେ ସତ ସହସ୍ର ପତି
ଜିଇଁବା ସାର୍ଥକ ଅତ୍ର ତତ୍ର ଏକତ୍ର ନିଇତି
ନିଃସ୍ଵାର୍ଥ ସମର୍ପଣ
ସ୍ନେହିଳ ଆକର୍ଷଣ
ନିତ୍ୟ ମିଳୁଥିଲେ ଶ୍ରେଷ୍ଠ ପୁରୁଷ ଛତ୍ରପତି ।

