STORYMIRROR

Sangita Mishra Satapathy

Children

3  

Sangita Mishra Satapathy

Children

ଛୋଟ ର ମହତ

ଛୋଟ ର ମହତ

1 min
218


ଟିକି ଫୁଲଟି ହସି ହସାଇ

  ବିତରି ଯାଏ ବାସ

ଟିକି ତାରାଟି ଆକାଶେ ହସି 

ଅନ୍ଧାରେ ଦେଖାଏ ପଥ

ଟିକି ଖଦ୍ଯୋତ ଅନ୍ଧାରେ ଝଲସି 

ବଣ୍ଟାଯାଏ ଆଲୋକ

ଟିକି ପ୍ରଜାପତି ଫୁଲରୁ ଉଡି

ଆଣଇ ପରା ରେଣୁ

ଟିକିମହୁମାଛି ଦିବାନିଶି ଉଡି

ଫୁଲରୁ ଆଣେ ମହୁ

ଟିକି କୋଇଲି ମଧୁର ଗାଇ

ବିନୟେ କହେ କୁହୁ

ଟିକି ଚାରାଟି ବଢିଣ ଧୀରେ 

ହୁଏ ପରା ମହାଦ୍ରୁମ

ଟିକିଦୀପଟି ଥିରି ଥିରି ଜଳି

ଅନ୍ଧାର ଦିଏ ନାଶି।

ଟିକି ପିଲାଟି ହୋଇଣ ବଡ

କରଇ ଦେଶ କାମ

ଟିକି କୂଅଟି ଯୋଗାଇ ଜଳ

 ତୃଷ୍ଣା କରଇ ଦୂର

ଟିକି ଝରଣା କୁଳୁକୁଳୁ ଝରି

ଯୋଗାଇଥାଏ ଜଳ

ଟିକି ପିମ୍ପୁଡି ସଅଳ ଚାଲି

ଖୁଦ କଣାଯାଏ ସଞ୍ଚି

କ୍ଷୁଦ୍ର ଗୀତି ପୁଲକ ଭରେ 

ଦିଅଇ ଅମାପ ଶାନ୍ତି

ବିନ୍ଦୁ ବିନ୍ଦୁ ଜଳ ମିଶି

ଗଢା ତ ହୁଏ ସିନ୍ଧୁ।

କେହି ନୁହେଁ ଏଠି ଛୋଟରେ ଭାଇ

ସଭିଏଁ ପରା ମହତ

ଛୋଟ ଦେହେ ଭରି ଅଛି

ମହତ ଗୁଣଯେ ଅଶେଷ

ନମଣ ଭାଇ କାହାକୁ ତୁମେ 

କେବେ ବି ହେଲେ ଛୋଟ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children