ଛୋଟ ମୋର ଗାଆଁଟି
ଛୋଟ ମୋର ଗାଆଁଟି
ଶସ୍ୟ ଶ୍ୟାମଳ ପୂର୍ଣ୍ଣ ଗାଆଁଟି ମୋହର
ଗିରିବନ ପଥ ଦୃଶ୍ୟେ,
କିପରି ବର୍ଣ୍ଣୀବି ରୂପକୁ ତାହାର
ସଦା ଖିଲି ଖିଲି ହସେ ।
ଗ୍ରାମଦେବୀ ପୂଜା ପାଆନ୍ତି ଗ୍ରାମରେ
ଆଶୀର୍ବାଦ ଦିଏ ଢାଳି,
ଏକତା ସାଥିରେ ମୋ ଗାଁ ଆଗୁଆ
କିଏ ବା ପାରିବ କଳି ।
ସୁରୁଜ ଉଁଇଲେ କ୍ଷେତ ହସୁଥାଏ
କୃଷକ ତା ସାଥେ ମିଶି,
ସଂଜ ନଇଁଗଲେ ଦୀପ ଜଳିଉଠେ
ଘଣ୍ଟ ଘଣ୍ଟା ନାଦେ ଭାସି ।
ନୂଆବୋହୂ ଚାଲେ ନଇଁ ନଇଁକା ଲୋ
ଓଢଣୀ ତାଳରେ ଲୁଚି,
ବାହ୍ୟରେ ସଂସ୍କୃତି ଅଧୁନା ହେଲେ ବି
ଗାଆଁ ଝିଅ ଜାଣେ ପୁଚି ।
କେତେ ଓଷା ବ୍ରତ କେତେ ପୁଣି ପୂଜା
ସବୁ ମିଳିବ ଗାଆଁରେ,
ଯିଏ ଯାହା ପଛେ କହୁଲୋ ସଜନୀ
ମୋ ଗାଆଁ ସଦା ଉର୍ଦ୍ଧ୍ବରେ ।
