STORYMIRROR

CHINMAYEE PRADHAN

Classics Inspirational Children

4  

CHINMAYEE PRADHAN

Classics Inspirational Children

ଛୋଟ ମୋର ଗାଆଁ ଟି

ଛୋଟ ମୋର ଗାଆଁ ଟି

1 min
524


ଛୋଟ ମୋର ଗାଁ ଟି 

ମହୁଠୁ ମିଠା ଲାଗଇ ମତେ 

ସୁନ୍ଦର ତାର ନାଆଁ ଟି ।


ତାରି କୋଳେ ଜନମ ମୋର 

ମୋ ପାଇଁ ସେତ ସରଗ ପୁର 

ସେଇ ମୋର ପ୍ରିୟ ମାଆଟି 

ଛୋଟ ମୋର ଗାଆଁ ଟି ।


ମୋ ଗାଆଁରେ ବହୁଛି ନଈ

ପାଣିରେ ତାର ଦେଖଇ ଛାଇ 

ନିର୍ମଳ ତାର ଧାରାଟି

ଛୋଟ ମୋର ଗାଆଁ ଟି ।


ମୋ ଗାଁ ବନ ଭାରି ସୁନ୍ଦର 

ଭୁଲାଇ ନିଏ ମନ କୁ ମୋର 

ତା ବନ ପକ୍ଷୀ ଡାକ ଟି 

ଛୋଟ ମୋର ଗାଆଁ ଟି। 


ମୋ ଗାଁ ଇଷ୍ଟ ପ୍ରଭୁ ଗୋପୀନାଥ 

ଦୁର କରନ୍ତି ସଭିଙ୍କ ଦୁଃଖ

ଧରିଲେ ତାଙ୍କ ନାଆଁଟି

ଛୋଟ ମୋର ଗାଆଁ ଟି।


କ୍ଷେତ ମୋହର ଫସଲ ଭରା 

ମୋ ଗାଁ କୃଷକ ଫଳାଏ ସୁନା 

ହସୁଥାଏ ସଦା ଧରାଟି

ଛୋଟ ମୋର ଗାଆଁ ଟି।


ମୋ ଗାଆଁ ବୋହୂ ଓଢ଼ଣା ଟାଣେ

ସଞ୍ଜ ନଇଁଲେ ସଳିତା ଜାଳେ 

ହେବ କିଏ ତାର ସରି ଟି 

ଛୋଟ ମୋର ଗାଆଁ ଟି।


ଯେତେ ଓଷା ବ୍ରତ ପର୍ବପର୍ବାଣୀ

ମୋ ଗାଆଁ ଲୋକେ ପାଳନ୍ତି ପୁଣି 

ସରବେ ହୋଇ ଏକାଠି 

ଛୋଟ ମୋର ଗାଆଁ ଟି।


ଏଇମାଟି ମୋର ମାତା ଓ ଧାତ୍ରୀ 

ଏଇ ମାଟି ମୋର ଶିକ୍ଷୟିତ୍ରୀ 

ରଖିବି ତାର ନାଆଁ ଟି 

ଛୋଟ ମୋର ଗାଆଁ ଟି।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics