ଛୋଟ ଝରଣା
ଛୋଟ ଝରଣା
ମୁଁ ଛୋଟ ଝରଣାଟିଏ ଝରିବାକୁ ଚାହେଁ,
ମୋତେ କିମ୍ପା ତୁମେମାନେ ଦେଉଅଛ ବାଧା..?
କି-ବା କରିଛି ମୁଁ ଦୋଷ ତୁମର..?
କି ଅଭିଯୋଗ ଅଛି ମୋ ନାମେ କାହାର ?
ମୁଁ ତ ଚାଲି ଯାଉଥିଲି....
ମୋ ଟିକି ରାସ୍ତାରେ,
ସରୁ... ଅଣ ଓସାରିଆ....
ଖାଲ ଢିପ ପୁଣି ପାହାଡିଆ ପରେ ।
କଣ ବା କରିଥିଲି ତୁମର ?
ମୋତେ ବାନ୍ଧି ଦେଉଛ ?
ମୁଁ ଏକ ଅଶାନ୍ତ ପ୍ରହେଳିକା,
ସେଥିରେ ପୁଣି ତୁମର କି.... ଅଭିଯୋଗ ?
ମୁଁ ଛୋଟ ଝରଣାଟିଏ,
ଝରି ଝରି ଯାଉଥିଲି ଚାଲି,
ମୋ ଅଙ୍କା ବଙ୍କା ରାସ୍ତାରେ...
ବାନ୍ଧିଦେଲେ ବାନ୍ଧି ଦିଅ ମୋତେ,
ଦୁଃଖ ନାହିଁ ସେଥିରେ......
କିନ୍ତୁ ହେ... ବନ୍ଧୁ....
କର ନାହିଁ ମୋ ଅଙ୍ଗକୁ,
ଟିକ-ଟିକ ଛୋଟ ଏକ,
ତୀକ୍ଷ୍ଣ ଛୁରୀକାରେ....
ତୁମେ ପରା ସକଳେ ମୋହର,
ପିତା-ମାତା-ଭାଇ-ବନ୍ଧୁ,
ସଖା ପୁଣି କିଏ ସହୋଦର.....।
ହେଲେ....
ୟେ ସବୁ.... କାହିଁକି.. ?
ସ୍ୱାର୍ଥ.. ସ୍ୱାର୍ଥ... !!!
ବାଃ କି ଚମତ୍କାର....
ମାନ ମହତର ପୋଷାକ ତଳେ,
ତୁମ ମାନଙ୍କ ପରି ପିଶାଚ !!!
ହେ ପ୍ରଭୁ....ରକ୍ଷା କର ତୁମେ...
ମୁଁ ଝରିବାକୁ ଚାହେଁ,
କୁଳୁକୁଳୁ ଗୀତ ଗାଇ ଗାଇ.....।
-------------------------------------------------
କବିତାଟି ଛୋଟ ଶିଶୁ ମାନଙ୍କ ପ୍ରତି
--------------------------^^^^----------ସୁଜାତ-----
