ଛୋଟ ଆମ ଗାଆଁ
ଛୋଟ ଆମ ଗାଆଁ
ଛୋଟ ଆମ ଗାଆଁ
ଛୋଟ ଆମ ଘର,
ଏହି ଗାଆଁ ମୋର
ବଇକୁଣ୍ଠ ପୁର l(0)
ତା କୋଳେ ବଢ଼ିଛୁ
ତା ସ୍ନେହ ପାଇଛୁ,
ତା ନାଁ ରଖିବାକୁ
ରାଣ ଯେ ଖାଇଛୁ l
ଆସୁ ଝଡ ଝଞ୍ଜା
ନାହିଁ ଜମା ଡର,
ଛୋଟ ........................|(1)
ଗାଆଁଟିର ନାଆଁ
କର୍ପୁର ନୂଆଗାଁ,
ସତେ ଆମ ପାଇଁ
ରଙ୍ଗୀନ ଦୁନିଆ l
କେତେ ଅଭିନୟ
କରୁ ତା' ଉପରେ,
ନାଚି ଡେଇଁ ଆମେ
ଖେଳୁ ଆନନ୍ଦରେ l
ଭୁଲିଯାଉ ମା'ର
ସେନେହ ଆଦର
ଛୋଟ.......................l (2)
ହସ ଲୁହ ଭରା
ଆମ ଏ ଜୀବନ,
ଜୀବନ ଠାରୁ ସେ
ଲାଗଇ ମହାନ l
ତାର ପୂର୍ବ ଦିଗେ
ବହେ ବଡ ନଦୀ,
ତାର ଜଳ ରାଶି
ଅଟେ ମହୋଷଧି l
ଗଙ୍ଗା ଠାରୁ ପୂଣ୍ୟ
ଅଟଇ ତା ନୀର,
ଛୋଟ..........................|(3)
ଆସ ଆସ ଭାଇ
ଆସ ମୋ ଭଉଣୀ,
ଗାଇ ଶୁଣାଇବା
ଆମ ଗାଁ କାହାଣୀ l
ପୂଣ୍ୟ ଭୂମି ଭବେ
ସୁଖ୍ୟାତି ଲଭିଛି,
ଆସିକା ବ୍ଲକରେ
ସୁନାମ ରଖିଛି l
ତl' ନାମକୁ ଆମେ
ରଖିବା ଅମର,
ଛୋଟ........................|(4)
