ଛନ୍ଦମୟ ଏ ଜୀବନ
ଛନ୍ଦମୟ ଏ ଜୀବନ


ଛନ୍ଦମୟ ଏ ଜୀବନ,
ମଶି ରହିଲେ ସମାଜର ସମସ୍ତ ଲୋକଂକ ଭିତରେ
ଆନନ୍ଦ ମିଳେ ସତ୍ୟ ସୁନ୍ଦର ଅମ୍ବୃତମୟ ଭାବନାରେ ।
ଛନ୍ଦମୟ ଏ ଜୀବନ,
କିଶୋର ଓ କିଶୋରୀ ମଧ୍ୟରେ କିଛି ବାର୍ତ୍ତାଳପରେ,
ମନ ଭରେ ପ୍ରେୟସୀର ସପନେ ଓ ପ୍ରେମିକର ଲଗନରେ ।
ଛନ୍ଦମୟ ଏ ଜୀବନ,
ନର ପାଇଁ ନାରୀ ଓ ନାରୀ ପାଇଁ ନରର ପ୍ରୀତିରେ,
ଜୀବନର ପ୍ରତି ଛନ୍ଦେ ରହେ ଯଦି ବାର୍ଦ୍ଧକ୍ୟତାରେ ।
ଛନ୍ଦମୟ ଏ ଜୀବନ,
ଅପରାହ୍ନ ପର୍ଯ୍ୟନ୍ତ କଟେ ଯଦି ବାଦ୍ଯର ସୁରତାଳରେ,
ଆନନ୍ଦେ ମନ ମତିରେ, ନିବିଡ଼ ସମ୍ପର୍କର ସେତୁ ବନ୍ଧରେ ।
ଛନ୍ଦମୟ ଏ ଜୀବନ,
କେତେବେଳେ ଏଇ ମଣିଷ ବଜାଏ ବେସୁରା ରାଗିଣୀ,
ସେଥିରେ ମନ ହଜିଯାଏ, ଯେପରି ତାହା ଅକାତ ପାଣି ।
ଛନ୍ଦମୟ ଏ ଜୀବନ,
ଜୀବନରେ ଥିବା ପ୍ରତ୍ୟେକଟି ଅବସ୍ଥା ଓ ମୁହୁର୍ତ୍ତ,
ବିଭିନ୍ନ ଅଲୌକିକ ଓ ଅଦେଖା ଛନ
୍ଦରେ ବିରାଜିତ ।
ଛନ୍ଦମୟ ଏ ଜୀବନ,
ଭରି ରହିଥିବା ସୁଖ ଦୁଃଖ ଭରା ସ୍ମୃତି ଭିତରେ,
ପ୍ରକୃତି ନୀରବ ଦ୍ରଷ୍ଟା ସାଜେ ଦେଖି ତା ଆଖିରେ ।
ଛନ୍ଦମୟ ଏ ଜୀବନ,
ଏକାନ୍ତ ଓ ନିଃଶବ୍ଦରେ ପାଇବେ ଶବ୍ଦମୟ ସୁର,
ମନ ଓ ହୃଦୟ ଅଧୀର ହୁଏ ପାଇ ସେ ମହକର ।
ଛନ୍ଦମୟ ଏ ଜୀବନ,
ପ୍ରେମ ସଦା ସର୍ବଦା ଅମର, ଶାଶ୍ୱତ ଓ ଚିରନ୍ତନ,
ପାଇବାନି ଖୋଜି ତାହାର ସଂଜ୍ଞା କଟିଯିବ ଜୀବନ ।
ଛନ୍ଦମୟ ଏ ଜୀବନ,
ପ୍ରେମିକା ପାଇଁ ପ୍ରେମିକ ପାଶେ ଯଦି ରହିଥିବ,
ଶକ୍ତି ଦିଏ ଜୀବନ ସ୍ରୋତକୁ, ମରଣ ବି ହାରିଯିବ ।
ଛନ୍ଦମୟ ଏ ଜୀବନ,
ଯୁଗେ ଯୁଗେ ମନେ ରଖ, ମଣିଷର ନିଜ ଅନ୍ତଃସ୍ବର,
ଯୋଗାଏ ତାହାକୁ ସତ୍ ଜ୍ଞାନ, ପ୍ରାଣସ୍ପର୍ଶୀ ଇସ୍ତାହାର ।
ଛନ୍ଦମୟ ଏ ଜୀବନ,
ମାନବର ହୃଦୟର ଆବେଗରୁ ସୃଷ୍ଟ ପ୍ରେମର ସମ୍ଭାର,
ତୋଳିଥାଏ ସଂସାରେ ଭାବମୟ ଓ ତନ୍ମୟମୟ ଝଙ୍କାର ।